ନୟାଗଡ ନିଖୋଜ ଛାତ୍ର ଅମ୍ରିତ ପାତ୍ରଙ୍କ ଅପହରଣର କାହାଣୀ...
ଉଦ୍ଧାର ହେଲେ ନୟାଗଡର ନିଖୋଜ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର । ନିଖୋଜ ହେବାର ୫ ଦିନ ପରେ ତାଙ୍କୁ ଏକ ବନ୍ଦ ଘରୁ ଉଦ୍ଧାର କରାଯାଇଛି । ପରେ ପୋଲିସ୍ ସମ୍ମୁଖରେ ଅମ୍ରିତ ଅପହରଣର ପୁରା କାହାଣୀ କହିଛି ।
ନୟାଗଡ: ଉଦ୍ଧାର ହେଲେ ନୟାଗଡର ନିଖୋଜ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର । ନିଖୋଜ ହେବାର ୫ ଦିନ ପରେ ତାଙ୍କୁ ଏକ ବନ୍ଦ ଘରୁ ଉଦ୍ଧାର କରାଯାଇଛି । ପରେ ପୋଲିସ୍ ସମ୍ମୁଖରେ ଅମ୍ରିତ ଅପହରଣର ପୁରା କାହାଣୀ କହିଛି ।

ଅମ୍ରିତ ଦେଇଥିବା ବୟାନ ମୁତାବକ, ୩ ଜଣ ମୁଖପିନ୍ଧା ଯୁବକ ସନ୍ଧ୍ୟାରେ ଅପହରଣ କରିଥିଲେ । ଗୋଟିଏ ପିକ ଅପ ଭ୍ୟାନରେ ଅପହରଣ କରି ନେଇଥିଲେ । ପ୍ରଥମ ରାତିରେ ଗାଁ ଭିତରେ ଓ ବାହାରେ ବୁଲାଇଥିଲେ। ଗୋଟିଏ ବନ୍ଦ ଘରେ ବନ୍ଦି କରି ରଖିଥିଲେ । ବିସ୍କୁଟ ପାଣି ଦେଇ ମାଡ଼ ମାରୁଥିଲେ। ତେବେ ଅପହରଣକାରୀଙ୍କୁ ଚିହ୍ନଟ କରିପାରି ନାହିଁ ଅମ୍ରିତ। ଅଟକ ଥିବା ୨ ଯୁବକଙ୍କର ସମ୍ପୃକ୍ତି ନ ଥିବା ଅମ୍ରିତ ନିଜ ବୟାନରେ କହଛି । ତେବେ କିଏ ଓ କାହିଁକି ୫ ଦିନ ହେବ ତାଙ୍କୁ ବନ୍ଦ କରି ରଖିଥିଲେ, ସେନେଇ ପ୍ରଶ୍ନ ଉଠିଛି ।
ଖବର ଅନୁଯାୟୀ, ଏହି ଘଟଣାରେ ୨ ଜଣକୁ ଅଟକ ରଖିଥିଲା ଓଡ଼ଗାଁ ପୁଲିସ । ଅଟକ ୨ ଜଣ ହେଲେ ପ୍ରସାଦ କୁମାର ପଣ୍ଡା ଓ ସନ୍ତୋଷ କୁମାର ପଣ୍ଡା । ନିଖୋଜ ଅମ୍ରିତକୁ ପ୍ରସାଦ ଓ ସନ୍ତୋଷଙ୍କ ଘରୁ ଆଜି ସକାଳେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଅମ୍ରିତଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟପରୀକ୍ଷା ପରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା ।
ଉଲ୍ଲେକଥାଉ କି, ଗତ ୧୫ ତାରିଖ ସନ୍ଧ୍ୟା ୭ଟାରେ ଟିଉସନରୁ ଫେରିବା ବାଟରେ ନିଖୋଜ ହୋଇଥିଲେ ଅମ୍ରିତ । ନିଖୋଜ ନେଇ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ୪ଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା ପୋଲିସ । ସାଇଣ୍ଟିଫିକ୍ ଟିମ୍ ଓ ଡଗସ୍କାର୍ଡ ନିୟୋଜିତ ହୋଇଥିଲା ।












Click it and Unblock the Notifications