ନବ ଦାସ ହତ୍ୟା ମାମଲା:ଝାରସୁଗୁଡ଼ା କୋର୍ଟରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍
ଝାରସୁଗୁଡ଼ା:ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତ ଅଧିକାରୀଙ୍କ ସମେତ କିଛି ବରିଷ୍ଠ ଅଧିକାରୀ ପହଞ୍ଚିଲେ । ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ । ଗତ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କ ହତ୍ୟା କରାଯାଇଥିଲା ।
ଘଟଣାର ଅଭିଯୁକ୍ତ ଗୋପାଳ ଦାସକୁ ଦୋଷୀ ସାବ୍ୟସ୍ତ କରିବାକୁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରି ଚାର୍ଜସିଟ୍ ପ୍ରସ୍ତୁତ କରିଥିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ଜାନୁୟାରୀ ୨୯ ଦିନ ପ୍ରାୟ ୧୨ଟାରେ ବ୍ରଜରାଜନଗରରେ ନବ ଦାସଙ୍କୁ ଗୁଳି କରିଥିଲା ଏସଆଇ ଗୋପାଳ ଦାସ । ନଗରପାଳ, ଉପନଗରପାଳ ଗ୍ରିଭାନ୍ସ ସେଲର ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ପହଞ୍ଚିଥିଲେ ମନ୍ତ୍ରୀ । ଗାନ୍ଧୀ ଛକ ନିକଟରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି କର୍ମୀମାନେ ଭିଡ଼ ଜମାଇଥିଲେ । କାର ଡୋର ଖୋଲି ବାହାରକୁ ବାହାରିବା ମାତ୍ରେ ନବ ଦାସଙ୍କୁ ଗୁଳି କରିଥିଲେ ଏସଆଇ ଗୋପାଳ ଦାସ । ଆଉ ସେଠାରେ ଖସିଯିବା ବେଳେ ନବଦାସଙ୍କ ସମର୍ଥକ ଓ ପୋଲିସ କର୍ମଚାରୀ ଗୋପାଳଙ୍କୁ କାବୁ କରିଥିଲେ ।












Click it and Unblock the Notifications