ନବ ଦାସଙ୍କ ହତ୍ୟା ମାମଲା:ଅଭିଯୁକ୍ତ ଗୋପାଳକୁ ଭେଟିଲେ ପରିବାରଲୋକେ
ଅଭିଯୁକ୍ତ ଗୋପାଳକୁ ଗିରଫ ପରେ ପ୍ରଥମ ଥର ଭେଟିଲେ ପରିବାର ଲୋକେ । ୮ଦିନ ହେଲା ଗୋପାଳକୁ ଚୌଦ୍ୱାର ଜେଲରେ ରଖାଯାଇଛି ।

ଚୌଦ୍ୱାର: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳକୁ ଗିରଫ ପରେ ପ୍ରଥମ ଥର ଭେଟିଲେ ପରିବାର ଲୋକେ । ୮ଦିନ ହେଲା ଗୋପାଳକୁ ଚୌଦ୍ୱାର ଜେଲରେ ରଖାଯାଇଛି ।
ସୂଚନା ଅନୁସାରେ, ଆଜି ଅର୍ଥାତ୍ ଫେବ୍ରୁଆରୀ ୨୨ ତାରିଖରେ ଗୋପାଳକୁ ଭେଟିବା ପାଇଁ ଜେଲକୁ ତାର ଭାଇ ସତ୍ୟନାରାୟଣ ଦାସ ଆସିଥିଲେ । ପୋଲିସ ଉପସ୍ଥିତିରେ ଗୋପାଲ ନିଜ ଭାଇଙ୍କ ସହ ଦେଖା କରିଛି । ଭାଇଙ୍କୁ ଦେଖି ବେଶ ଭାବୁକ ହୋଇପଡିଥିଲା ଅଭିଯୁକ୍ତ ଗୋପାଳ ଦାସ । ତେବେ ଜେଲରେ ପରିବାର ଲୋକେ ଦେଖା କରିପାରିବେ ସେଥିରେ କୌଣସି ଅଙ୍କୁଶ ଲଗାଯାଇ ନାହିଁ ।
ଅନ୍ୟପକ୍ଷରେ, ଜେଲରେ ସ୍ୱାଭାବିକ ରହିଛି ଗୋପଳର ଜୀବନଯାପନ । ସକାଳ ବ୍ୟାୟାମ କରିବା ସହ ଖବର କାଗଜ ଏବଂ ଜେଲ୍ ଲାଇବ୍ରେରିରୁ ବହି ଆଣି ଘଣ୍ଟା ଘଣ୍ଟା ପଢୁଛି ଗୋପାଳ । ତେବେ ଗୀତା, ଭାଗବତ ପରି ବହି ମଧ୍ୟ ନିଜ ପାଖରେ ରଖି ପଢୁଛି ଗୋପଳ ।
ସୂଚନାଥାଉ ଯେ, ଗତ ଜାନୁଆରୀ ୨୯ ତାରିଖ ସ୍ପଷ୍ଟ ଦିବାଲୋକରେ ଗୋପାଳ ଦାସ ଝାରସୁଗୁଡ଼ା ଗାନ୍ଧୀ ଛକ ନିକଟରେ ନବ ଦାସଙ୍କୁ ଗୁଳି କରିଥିଲା । ଏହା ପରେ ନବ ଦାସଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ତାଙ୍କର ଦେହାନ୍ତ ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତ ବହିଷ୍କୃତ ଏଏଏସ୍ଆଇ ଗୋପାଳ କୁ ପୋଲିସ ଗିରଫ କରି ଜାଞ୍ଚ୍ ଜାରି ରଖିଛି । ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । ତିନି ଥର ରିମାଣ୍ଡରେ ନେବା ସହ ଗୋପାଳର ପଲିଗ୍ରାଫ୍ ଟେଷ୍ଟ, ନାର୍କୋ ଟେଷ୍ଟ କରିବା ପରେ ମଧ୍ୟ ଗୋପାଳ କାହିଁକି ଏଭଳି କାଣ୍ଡ ଭିଆଇଲା ସେ ନେଇ କୌଣସି ସ୍ପଷ୍ଟ ହୋଇପାରିନାହିଁ । ଏବେ ଗୋପାଳକୁ ଚୌଦ୍ୱାର ଜେଲରେ ରଖାଯାଇଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications