ନବ ଦାସ ହତ୍ୟା ମାମଲା: ASI ଗୋପାଳ ଦାସଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ୍ ଟିମ୍

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକାଣ୍ଡର ଅଭିଯୁକ୍ତ ASI ଗୋପାଳ ଦାସଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ୍ ଟିମ୍ । ବିଏନ୍‌ପୁର ଥାନା ଜଳେଶ୍ୱରପୁର ସ୍ଥିତ ଗୋପାଳଙ୍କ ପୈତୃକ ବାସଭବନରେ ପହଞ୍ଚଛି କ୍ରାଇମବ୍ରାଞ୍ଚ ଟିମ୍‌ ।

ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକାଣ୍ଡର ଅଭିଯୁକ୍ତ ASI ଗୋପାଳ ଦାସଙ୍କ ଘରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ୍ ଟିମ୍ । ବିଏନ୍‌ପୁର ଥାନା ଜଳେଶ୍ୱରପୁର ସ୍ଥିତ ଗୋପାଳଙ୍କ ପୈତୃକ ବାସଭବନରେ ପହଞ୍ଚଛି କ୍ରାଇମବ୍ରାଞ୍ଚ ଟିମ୍‌ । ଗୋପାଳଙ୍କ ପତ୍ନୀ ଓ ପରିବାର ଲୋକଙ୍କୁ ପଚରାଉଚରା କରାଯାବାର ସମ୍ଭାବନା ରହିଛି ।

Naba Das

ଅନ୍ୟପଟେ ନବ ଦାସଙ୍କୁ ଗୁଳିକାଣ୍ଡ ହୋଇଥିବା ସ୍ଥାନରେ ଅନୁଧ୍ୟାନ କରୁଛନ୍ତି ଏଡିଜି ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚ ସହ ଫରେନସିକ୍ ଟିମ୍ ଘଟଣା ସ୍ଥଳରେ ତଦନ୍ତ କରିଛି । ଏହି ଟିମ୍ ୯ ଏମଏମ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି, ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଏକ ମୋବାଇଲ୍ ଫୋନ ଜବତ କରିଛି। ବନ୍ଧୁକ ଓ ଗୁଳିର ବାଲାଷ୍ଟିକ ପରୀକ୍ଷା ଏବଂ ମତ ପାଇଁ ଫରେନସିକ ଲାବରେଟୋରିକୁ ପଠାଯାଇଛି।

ସେପଟେ ଗତକାଲି ଗୋପାଳ ଦାସଙ୍କୁ ଝାରସୁଗୁଡ଼ା JMFCଙ୍କ ଆବାସିକ କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପ-କାରାଗାରକୁ ପଠାଯାଇଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଣି କ୍ରାଇମ୍‌ବ୍ରାଞ୍ଚ ଗୋପାଳଙ୍କୁ କୋର୍ଟରେ ହାଜର କରିଥିଲା। ଗୋପାଳଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ ହେବ ବୋଲି ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+