ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଗୋପାଳର ବଡ ଭାଇ ସତ୍ୟନାରାୟଣକୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

ଗୁଳିମାଡ଼ ଘଟଣାରେ ଅଭିଯୁକ୍ତ ପୋଲିସ୍ ଏଏସ୍ଆଇ ଗୋପାଳକୃଷ୍ଣ ଦାସର ବଡ ଭାଇ ସତ୍ୟନାରାୟଣ ଦାସର ସମ୍ପୃକ୍ତି ଥିବା ସନ୍ଦେହ କରିଛି କ୍ରାଇମବ୍ରାଞ୍ଚ । ଫଳରେ ତାଙ୍କୁ ପଚରା ଉଚରା ପାଇଁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ।

ବ୍ରହ୍ମପୁର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ଆଜି (ମଙ୍ଗଳବାର) ଆସିଛି ଏକ ନୂଆ ମୋଡ଼ । ଗୁଳିମାଡ଼ ଘଟଣାରେ ଅଭିଯୁକ୍ତ ପୋଲିସ୍ ଏଏସ୍ଆଇ ଗୋପାଳକୃଷ୍ଣ ଦାସର ବଡ ଭାଇ ସତ୍ୟନାରାୟଣ ଦାସର ସମ୍ପୃକ୍ତି ଥିବା ସନ୍ଦେହ କରିଛି କ୍ରାଇମବ୍ରାଞ୍ଚ । ଫଳରେ ତାଙ୍କୁ ପଚରା ଉଚରା ପାଇଁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ।

Naba Das Murder Case

ମିଳିଥିବା ସୂଚନାନୁସାରେ, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଗୋପାଳଙ୍କ ଭାଇ ଏକ ହୋଟେଲ କରିଥିଲେ । ପ୍ରାୟ ମାସେ ହେଲା ସେ ଏହି ହୋଟେଲ ଖୋଲିଥିଲେ । ସେଇଠି ସମୟେ ସମୟେ ବସାଉଠା କରନ୍ତି ଗୋପାଳ । ମାତ୍ର ଗୁଳିମାଡ଼ ଦିନଠୁ ଅର୍ଥାତ ରବିବାର ଦିନରୁ ହିଁ ବନ୍ଦ ରହିଛି ହୋଟେଲ୍ । ସେହି ଦିନ କାହିଁକି ଏହା ବନ୍ଦ କରାଯାଇଥିଲା । ଆଗରୁ ଏହା ପ୍ଲାନ କରିଥିଲେ କି ଗୋପାଳ ଦାସ । ହୋଟେଲକୁ ବନ୍ଦ କରିବାକୁ କହି ଭାଇକୁ ଘରକୁ ପଠାଇ ଦେଇଥିଲେ କି ? ନବ ଦାସଙ୍କୁ ଗୁଳି କରିବାକୁ ଯୋଜନା କରି ଏପରି ସେ କରିଥିଲେ କି ? ଏହି ଭଳି ସବୁ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ବ୍ରଜରାଜନଗର ଗୁଳିମାଡ଼ ସ୍ଥାନରେ ତଦନ୍ତ ଜାରି ରଖିଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ନିଜେ ଏହି ମାମଲାକୁ ନୀରିକ୍ଷଣ କରୁଛନ୍ତି । କ୍ରାଇମବ୍ରାଞ୍ଚ ସହ ଫରେନସିକ୍ ଟିମ୍ ଘଟଣା ସ୍ଥଳରେ ତଦନ୍ତ କରିଛି । ଏହି ଟିମ୍ ୯ ଏମଏମ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି, ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଏକ ମୋବାଇଲ୍ ଫୋନ ଜବତ କରିଛି। ବନ୍ଧୁକ ଓ ଗୁଳିର ବାଲାଷ୍ଟିକ ପରୀକ୍ଷା ଏବଂ ମତ ପାଇଁ ଫରେନସିକ ଲାବରେଟୋରିକୁ ପଠାଯାଇଛି।

ଉଲ୍ଲେଖଥାଉ କି, ଗତ ରବିବାର ଦିନ ୧୨ଟା ବେଳେ ଏକ ସଭାକୁ ଯୋଗ ଦେବାକୁ ଯାଉଥିବା ସମୟରେ ଏଏସଆଇ ଗୋପାଳକୃଷ୍ଣ ଦାସ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରିଥିଲେ । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା । ସୋମବାର ଗୋପାଳକୁ କ୍ରାଇମବ୍ରାଞ୍ଚ ଗିରଫ କରିବା ସହିତ କୋର୍ଟରେ ହାଜର କରିଥିଲା । ତେବେ ଗତକାଲି ଗୋପାଳ ନିଜର ଦୋଷ ମାନିଥିବା କହିଥିଲେ ଅରୁଣ ବୋଥ୍ରା । ଗୋପାଳଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ ହେବ ବୋଲି ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+