ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଶେଷରେ ଗୋପାଳ ମାରିଥିବା ଗୁଳିକୁ ପାଇଲା କ୍ରାଇମ୍ବ୍ରାଞ୍ଚ୍
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୪ ଦିନ ପରେ ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସ ମାରିଥିବା ଗୁଳି ତଦନ୍ତକାରୀ ଟିମ୍ । ଅଭିଯୁକ୍ତ ଗୋପାଳ ଦାସ ନିଜ ସର୍ଭିସ ପିସ୍ତଲରୁ ଯେଉଁ ଗୁଳି ମନ୍ତ୍ରୀଙ୍କୁ ମାରିଥିଲେ ସେହି ଗୁଳି ଜବତ କରିଛି କ୍ରାଇମବ୍ରାଞ୍ଚ ।
ଝାରସୁଗୁଡ଼ା: ଶେଷରେ ମିଳିଲା ଗୁଳି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୪ ଦିନ ପରେ ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସ ମାରିଥିବା ଗୁଳି ତଦନ୍ତକାରୀ ଟିମ୍ । ଅଭିଯୁକ୍ତ ଗୋପାଳ ଦାସ ନିଜ ସର୍ଭିସ ପିସ୍ତଲରୁ ଯେଉଁ ଗୁଳି ମନ୍ତ୍ରୀଙ୍କୁ ମାରିଥିଲେ ସେହି ଗୁଳି ଜବତ କରିଛି କ୍ରାଇମବ୍ରାଞ୍ଚ ।

ଫାରୋ- ଥ୍ରୀଡି ସ୍କାନର ମାଧ୍ୟମରେ ସାଇଣ୍ଟିଫିକ୍ ଅଫିସର ଓ ବାଲାଷ୍ଟିକ ବିଶେଷଜ୍ଞଙ୍କ ଦ୍ୱାରା ଏହି ଗୁଳିକୁ ଠାବ କରାଯାଇଛି । କ୍ରାଇମବ୍ରାଞ୍ଚ ପାଇଁ ଏହା ଏକ ବଡ ପ୍ରମାଣ । ଯାହାକୁ ଖୋଜିବା ପାଇଁ ବିଭିନ୍ନ ରଣନୀତି ଆପଣାଇଥିଲା । ପୂର୍ବରୁ ଗୁଳିର ଖୋକା ମିଳିଥିଲା। ଏବେ ଗୁଳି ମିଳିବା ପରେ ଅଭିଯୁକ୍ତକୁ ଦୋଷୀ ପ୍ରମାଣିତ କରିବାରେ କ୍ରାଇମବ୍ରାଞ୍ଚକୁ ବଡ ସହାୟକ ହେବ। ସେପଟେ ନବ ଦାସଙ୍କ ଭିସେରାକୁ ପରୀକ୍ଷା ପାଇଁ ପଠାଯାଇଛି।
ତେବେ ଗୁଳିମାଡ ପରେ ପୋଲିସ ଆଇଆଇସିଙ୍କ ବନ୍ଧୁକକୁ କିଛି ବ୍ୟକ୍ତି ଭିଡି ନେଇଥିଲେ । ଏପରିକି ଜଣେ ଯୁବକ ପିସ୍ତଲ ଧରି ହାତ ଉପରକୁ ଉଠାଇ ବୁଲୁଥିବା କ୍ୟାମେରାରେ କଏଦ ହୋଇଛି । ଏହି ପିସ୍ତଲଟି କାହାର ଥିଲା ଗୋପାଳଙ୍କର ନା ଆଇଆଇସିଙ୍କର ତାହା ଏବେ ବଡ ପ୍ରଶ୍ନ ।












Click it and Unblock the Notifications