ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଛି, କହିଲା ଗୋପାଳ !
ସାମ୍ନାକୁ ଆସିଲା ସବୁ ସତ । ହତ୍ୟାକାରୀ ଗୋପାଳ କହିଦେଲା ସବୁ ସତ । କାହିଁକି ମାରିଲା ମନ୍ତ୍ରୀ ନବ ଦାସଙ୍କୁ । ହତ୍ୟା ପଛର କାରଣ କହିଲା ଗୋପାଳ ।

ଭୁବନେଶ୍ୱର: ସାମ୍ନାକୁ ଆସିଲା ସବୁ ସତ । ହତ୍ୟାକାରୀ ଗୋପାଳ କହିଦେଲା ସବୁ ସତ । କାହିଁକି ମାରିଲା ମନ୍ତ୍ରୀ ନବ ଦାସଙ୍କୁ । ହତ୍ୟା ପଛର କାରଣ କହିଲା ଗୋପାଳ । ନାର୍କୋ ଟେଷ୍ଟରେ ସତ ଉଗାଳିଛି ଅଭିଯୁକ୍ତ ଗୋପାଳ ଦାସ। ନାର୍କୋ ଟେଷ୍ଟରେ ଗୋପାଳ ହତ୍ୟା ପଛର ସବୁ କାରଣ କହିଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ନାର୍କୋ ଟେଷ୍ଟରେ କେମିତି ଓ କାହିଁକି ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିଲା ସବୁ କହିଛି । ସେ ସମୟରେ ଗୋପାଳର ମାନସିକ ସ୍ଥିତି କ'ଣ ଥିଲା ତାହା ମଧ୍ୟ ଜଣାପଡ଼ିଛି। ଏଇ ସପ୍ତାହରେ ଗୋପାଳର ନାର୍କୋ ଟେଷ୍ଟ ରିପୋର୍ଟ ଆସିବ ବୋଲି କ୍ରାଇମବ୍ରାଞ୍ଚ କହିଛି ।
ଉଲ୍ଲେଖଥାଉ କି, ଫେବ୍ରୁଆରୀ ୮ ତାରିଖରେ ଗୋପାଳକୁ ନର୍କୋ ଟେଷ୍ଟ ପାଇଁ ଗୁଜରାଟ ଗାନ୍ଧୀନଗରକୁ ନିଆ ଯାଇଥିଲା। ସେଠାରେ ପ୍ରଥମେ ଗୋପାଳର ପଲିଗ୍ରାଫ ଟେଷ୍ଟ କରା ଯାଇଥିଲା। ପଲିଗ୍ରାଫ ଟେଷ୍ଟ ପରେ ଗୋପାଳର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରା ଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାର ନାର୍କୋ ଟେଷ୍ଟ କରା ଯାଇଥିଲା। ଗତକାଲି ରାତିରେ ଗୋପାଳକୁ ଗାନ୍ଧୀନଗରରୁ ଝାରସୁଗୁଡ଼ା ଅଣା ଯାଇଥିଲା। ଗୋପାଳକୁ ତାଳପଟିଆ ସ୍ଥିତ ଏଆରପୋର୍ଟ ଥାନାରେ ରଖା ଯାଇଥିଲା।
ଅନ୍ୟପକ୍ଷେ, ଗୋପାଳକୁ ଆଜି ଜେଲ୍ ପଠା ଯିବାର କିଛି ସମୟ ପରେ ପୁଣି ଝାରସୁଗୁଡ଼ା JMFC କୋର୍ଟରେ ହାଜର କରାଯାଇଥିଲା । ୧୬୪ ବୟାନ ରେକର୍ଡ଼ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ଼ର ଭିଡ଼ିଓଗ୍ରାଫି ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର ହେବା ପରେ ତାଙ୍କୁ ଜେଲ ପଠାଯାଇଥିଲା । କଡାସୁରକ୍ଷା ବଳୟ ଭିତରେ ଗୁଜରାଟରୁ ଆସିବାପରେ ଗୋପାଳଙ୍କୁ ହାଜର କୋର୍ଟରେ ହାଜର କରାଯାଇଥିଲା । ଏହା ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଆଜି ଗୋପାଳର ତୃତୀୟ ପାର୍ଯ୍ୟାୟ ରିମାଣ୍ଡ ଅବଧିର ଶେଷ ଦିନ ଥିଲା ।
ସେପଟେ ଗୋପାଳ ସୁରକ୍ଷା ନେଇ ଜେଲ୍ ବିଭାଗ ଏବେ ଚିନ୍ତାରେ ପଡ଼ି ଯାଇଛି । ଝାରସୁଗୁଡା ରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜେଲ୍ ବିଭାଗ ପ୍ରସ୍ତାବ ଦେଇଛି । ଗୋପାଳକୁ ଚୌଦ୍ୱାର ଜେଲ୍କୁ ପଠାଇବାକୁ ଝାରସୁଗୁଡା ଜେଲ୍ ଅଧୀକ୍ଷକଙ୍କ ଜରିଆରେ ଜେଲ୍ ବିଭାଗ ଅବଗତ କରିଛି । ପୂର୍ବରୁ ଝାରସୁଗୁଡା ଜେଲ୍ ପକ୍ଷରୁ ଜେଲ୍ ବିଭାଗକୁ ଚିଠି ଲେଖା ଯାଇଥିବା ସୂଚନା ମିଳିଛି ।












Click it and Unblock the Notifications