ଚୌଦ୍ୱାର ଜେଲ ଗଲା ଗୋପାଳ, ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡା ସବଜେଲରୁ କରାଗଲା ସ୍ଥାନାନ୍ତର
ଚୌଦ୍ୱାର ଜେଲ ଗଲା ଗୋପାଳ ଦାସ । ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡା ସବଜେଲରୁ ଗୋପାଳକୁ ଚୌଦ୍ୱାର ଜେଲକୁ ସ୍ଥାନନ୍ତରିତ କରଯାଇଛି ।

ଭୁବନେଶ୍ୱର: ଚୌଦ୍ୱାର ଜେଲ ଗଲା ଗୋପାଳ ଦାସ । ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡା ସବଜେଲରୁ ଗୋପାଳକୁ ଚୌଦ୍ୱାର ଜେଲକୁ ସ୍ଥାନନ୍ତରିତ କରଯାଇଛି । ସ୍ଥାନାନ୍ତର ପାଇଁ ଗୋପାଳ ନିଜେ ଇଛା କରିଥିବା କହିଛନ୍ତି କହିଲେ ଜେଲ୍ ଡିଜି । ତେବେ କୋର୍ଟଙ୍କ ଅନୁମତି ପରେ ଗୌପାଳକୁ ସ୍ଥାନାନ୍ତର କରାଇଛି ।
ସୂଚନାଥାଉ କି, ଗତକାଲି ଝାରସୁଗୁଡ଼ା JMFC କୋର୍ଟରେ ୧୬୪ ଧାରାରେ ଗୋପାଳର ବୟାନ ରେକର୍ଡ଼ କରାଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ଼ର ଭିଡ଼ିଓଗ୍ରାଫି ହୋଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଗତକାଲି ଗୋପାଳର ତୃତୀୟ ପାର୍ଯ୍ୟାୟ ରିମାଣ୍ଡ ଅବଧିର ଶେଷ ଦିନ ଥିଲା । ତେବେ କ୍ରାଇମବ୍ରାଞ୍ଚ ଅଧିକ ରିମାଣ୍ଡ ନେଇ କୌଣସି ଆବେଦନ ନକରିବା ପରେ ଗୋପାଳକୁ ଝାରସୁଗୁଡ଼ା ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲା । ପରେ ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଇଛି । ସେପଟେ ଆସନ୍ତା ସପ୍ତାହରେ କୋର୍ଟରେ ଦାଖଲ ହୋଇପାରେ ନାର୍କୋ ଟେଷ୍ଟ ରିପୋର୍ଟ । ନାର୍କୋ ଟେଷ୍ଟ ରିପୋର୍ଟରେ କ'ଣ ରହିଛି । ଗୋପାଳ ତାର ବୟାନରେ କ'ଣ କହିଛି, ତାହା ଆସନ୍ତା ସପ୍ତାହରେ ଜଣାପଡ଼ିବ ।
ଉଲ୍ଲେଖଥାଉ କି, ଫେବ୍ରୁଆରୀ ୮ ତାରିଖରେ ଗୋପାଳକୁ ନର୍କୋ ଟେଷ୍ଟ ପାଇଁ ଗୁଜରାଟ ଗାନ୍ଧୀନଗରକୁ ନିଆ ଯାଇଥିଲା। ସେଠାରେ ପ୍ରଥମେ ଗୋପାଳର ପଲିଗ୍ରାଫ ଟେଷ୍ଟ କରା ଯାଇଥିଲା । ପଲିଗ୍ରାଫ ଟେଷ୍ଟ ପରେ ଗୋପାଳର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇ ଥିଲା । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାର ନାର୍କୋ ଟେଷ୍ଟ କରାଯାଇ ଥିଲା ।












Click it and Unblock the Notifications