ପାଗଳ ନୁହେଁ ଗୋପାଳ, ଠିକ୍ ଅଛି ମାନସିକ ସ୍ଥିତି: ସାମ୍ନାକୁ ଆସିଲା କୋର୍ଟଙ୍କ ରାୟ
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ପାଗଳ ନୁହେଁ । ଠିକ୍ ଅଛି ଗୋପାଳର ମାନସିକ ସ୍ଥିତି ବୋଲି ରାୟରେ ସ୍ପଷ୍ଟ କଲେ କୋର୍ଟ । କ୍ରାଇମବ୍ରାଞ୍ଚର ଆବେଦନ ଖାରଜ ଅବସରରେ କୋର୍ଟଙ୍କ ସ୍ପଷ୍ଟ ରାୟ ପ୍ରକାଶ ପାଇଛି ।

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ପାଗଳ ନୁହେଁ । ଠିକ୍ ଅଛି ଗୋପାଳର ମାନସିକ ସ୍ଥିତି ବୋଲି ରାୟରେ ସ୍ପଷ୍ଟ କଲେ କୋର୍ଟ । କ୍ରାଇମବ୍ରାଞ୍ଚର ଆବେଦନ ଖାରଜ ଅବସରରେ କୋର୍ଟଙ୍କ ସ୍ପଷ୍ଟ ରାୟ ପ୍ରକାଶ ପାଇଛି । ମେଡିକାଲ ବୋର୍ଡ ଟେଷ୍ଟ ରିପୋର୍ଟ ଆଧାରରେ ରାୟ ଦେଇଛନ୍ତି କୋର୍ଟ । ଟେଷ୍ଟ ରିପୋର୍ଟ ଅନୁସାରେ ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ ଉଲ୍ଲେଖ ।
ସୂଚନାଥାଉ କି, କ୍ରାଇମବ୍ରାଞ୍ଚ ଗୋପାଳର ମାନସିକ ସ୍ଥିତି ନେଇ ଅଧିକ ଯାଞ୍ଚ ପାଇଁ ବେଙ୍ଗଳୁରୁ ସ୍ଥିତ ନିମହାନ୍ସ ନେବାକୁ ଦୁଇଥର ଆବେଦନ କରିଥିଲା । ଯାହାକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଏଥି ସହିତ ମାର୍ଚ୍ଚ ୩ ତାରିଖରେ କୋର୍ଟ ଦେଇଥିବା ନିର୍ଦ୍ଦେଶନାମାରୁ ଅନେକ କଥା ପଦାକୁ ଆସିଛି । ୨୦୨୩ ଫେବ୍ରୁଆରୀ ୫ ତାରିଖରେ ଡିଏମଇଟି ଦେଇଥିବା ରିପୋର୍ଟ ଅନୁସାରେ, ଗୋପଳ ଜଣେ ସଚେତ (ସବୁ ଜାଣି ପାରୁଥିବା) ଲୋକ ।
ରିପୋର୍ଟ ଅନୁସାରେ, ପରିସ୍ଥିତି ଦେଖି ଗୋପାଳର ଆଚରଣ ଓ କଥାବାର୍ତ୍ତା ଠିକ ଥିଲା। ସେ ଆଖିରେ ଆଖି ମିଶାଇ କଥା ହେଉଥିଲା। ଆଚରଣରେ କିଛି ଅସ୍ୱାଭାବିକତା ପରିଲକ୍ଷିତ ହେଉନଥିଲା। ତା'ର ସ୍ମୃତିଶକ୍ତି ଠିକ ରହିଥିଲା। ବିଚାର କ୍ଷମତା ଓ ଚିନ୍ତନ ଶକ୍ତି ମଧ୍ୟ ଠିକ୍ ଥିଲା। ଧିଶକ୍ତି ସାଧାରଣ ଥିଲା। ମେଡିକାଲ ରିପୋର୍ଟ ଅନୁସାରେ ଅଭିଯୁକ୍ତର ଅସ୍ୱାଭାବିକତା ନଥିଲା। ସେ ପୂରା ଫିଟ୍ ଥିଲା। ଏହିସବୁ ଦୃଷ୍ଟିରୁ ମେଡିକାଲ୍ ବୋର୍ଡ କେଉଁଠି ବି ଅଭିଯୁକ୍ତର କୌଣସି ମାନସିକ ରୋଗରେ ପୀଡ଼ିତ ବୋଲି ଠାବ କରିପାରିଲେ ନାହିଁ ବୋଲି ଦର୍ଶାଇଛନ୍ତି ।
ଉଲ୍ଲେଖଥାଉ କି, ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗରରେ ଗୋପାଳ ଅତି ନିକଟରୁ ଗୁଳି କରିଥିଲା । ସେହି ଦିନ ହିଁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଇତି ମଧ୍ୟରେ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତ ଗୋପାଳ ଦାସକୁ ୩ ଥର ରିମାଣ୍ଡରେ ନେଇ ଜେରା କରିଥିଲା । ଗୋପାଳର ନାର୍କୋ ଟେଷ୍ଟ ଏବଂ ପଲିଗ୍ରାଫ ଟେଷ୍ଟ ବି ସରିଥିବା ବେଳେ ଗୁଳି ଗୁମର ଖୋଲୁନି ।
ତେବେ କିଛି ଦିନ ପୂର୍ବରୁ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଇଥିବା ବେଳେ କାହିଁକି ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିଲା ଏହାର କାରଣ ଜଣାପଡ଼ିଥିବା କୁହାଯାଇଥିଲା । ବ୍ୟକ୍ତିଗତ କାରଣରୁ ନବଙ୍କୁ ହତ୍ୟା କରିଥିବା କଥା ଅଭିଯୁକ୍ତ ଗୋପାଳ ସ୍ୱୀକାର କରିଥିଲା । ଏନେଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ଦିଆଯାଇଥିଲା । ତେବେ ଏହାର ସତ୍ୟାସତ୍ୟ ପରୀକ୍ଷା ଉପରେ କ୍ରାଇମ୍ବ୍ରାଞ୍ଚ ଜୋର ଦେଇଥିଲା ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications