ନବ ଦାସ ହତ୍ୟାକାଣ୍ତ ମାମଲା: ପୂର୍ବ ଶତ୍ରୁତାରୁ ହତ୍ୟା !
ଝାରସୁଗୁଡା:ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ା JMFC କୋର୍ଟରେ ପ୍ରିଲିମିନାରୀ ଚାର୍ଜସିଟ୍ ଦାଖଲ ହୋଇସାରିଛି । ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ନେଇ ସୂଚନା ରହିଛି । ମୋଟ୍ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିବା ନେଇ ଜଣାପଡିଛି । ତେବେ ହତ୍ୟାର ୧୧୮ ଦିନ ପରେ ଚାର୍ଜସିଟ୍ ଦାଖଲ କରାଯାଇଛି ।
ତେବେ ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନବ ଦାସଙ୍କୁ ହାତ୍ୟା କରାଯାଇଛି । ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ବିରୋଦ୍ଧରେ ୩୦୯, ୩୦୨ ଆର୍ମ୍ସ ଆକ୍ଟ ୨୭[ଏ] ଅନୁସାରେ ଚାର୍ଜ ସିଟ୍ ଫ୍ରମ୍ କରାଯାଇଛି । ଅନ୍ୟପକ୍ଷରେ ଏହି ମାମଲାକୁ ନେଇ କ୍ରାଇମବ୍ରାଞ୍ଚ କେବେ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ କରିବ ସେନେଇ କୌଣସି ସୂଚନା ନାହିଁ ।

ସୂଚନାଅନୁସାରେ, ସଦର ଏସଡିପିଓ ନିର୍ମଳା ମହାପାତ୍ରଙ୍କ ଉପସ୍ଥିତିରେ ଡିଏସପି ରମେଶ ଦୋରା ଜେଏମଏଫସିଙ୍କ ନିକଟରେ ଚାର୍ଜସିଟ୍ ଦାଖଲ କରିଛନ୍ତି । ଆଜି ଡିଏସପି ରମେଶ ଦୋରାଙ୍କ ନେତୃତ୍ୱରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ କୋର୍ଟରେ ପହଞ୍ଚିଥିଲେ ।
ହତ୍ୟାକାଣ୍ଡର ଘଟଣାକ୍ରମ
ଜାନୁୟାରୀ ୨୯ ଦିନ ପ୍ରାୟ ୧୨ଟାରେ ବ୍ରଜରାଜନଗରରେ ନବ ଦାସଙ୍କୁ ଗୁଳି କରିଥିଲା ଏସଆଇ ଗୋପାଳ ଦାସ । ନଗରପାଳ, ଉପନଗରପାଳ ଗ୍ରିଭାନ୍ସ ସେଲର ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ପହଞ୍ଚିଥିଲେ ମନ୍ତ୍ରୀ । ଗାନ୍ଧୀ ଛକ ନିକଟରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି କର୍ମୀମାନେ ଭିଡ଼ ଜମାଇଥିଲେ । କାର ଡୋର ଖୋଲି ବାହାରକୁ ବାହାରିବା ମାତ୍ରେ ନବ ଦାସଙ୍କୁ ଗୁଳି କରିଥିଲେ ଏସଆଇ ଗୋପାଳ ଦାସ । ଆଉ ସେଠାରେ ଖସିଯିବା ବେଳେ ନବଦାସଙ୍କ ସମର୍ଥକ ଓ ପୋଲିସ କର୍ମଚାରୀ ଗୋପାଳଙ୍କୁ କାବୁ କରିଥିଲେ ।












Click it and Unblock the Notifications