ନବ ଦାସ ହତ୍ୟାକାଣ୍ତ ମାମଲା:ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ
ଝାରସୁଗୁଡା:ନବ ଦାସ ହତ୍ୟାକାଣ୍ତ ମାମଲା । ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ଚାର୍ଜସିଟ୍ ଦାଖଲ କରିଥିବା ନେଇ ସୂଚନା ରହିଛି । ତଦନ୍ତକାରୀ ଡିଏସପି ଅଧିକାରୀ କଲେ ଚାର୍ଜସିଟ୍ ଦାଖଲ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଚାର୍ଜସିଟରେ କ'ଣ ଉଲ୍ଲେଖ ରହିଛି ତାହା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ସୂଚନାଅନୁସାରେ, ସଦର ଏସଡିପିଓ ନିର୍ମଳା ମହାପାତ୍ରଙ୍କ ଉପସ୍ଥିତିରେ ଡିଏସପି ରମେଶ ଦୋରା ଜେଏମଏଫସିଙ୍କ ନିକଟରେ ଚାର୍ଜସିଟ୍ ଦାଖଲ କରିଛନ୍ତି । ଆଜି ଡିଏସପି ରମେଶ ଦୋରାଙ୍କ ନେତୃତ୍ୱରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ କୋର୍ଟରେ ପହଞ୍ଚିଥିଲେ ।
ତେବେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥା ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତିକରି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ସୂଚନା ରହିଛି । ତେବେ କ୍ରାଇବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍ କେତେ ପୃଷ୍ଠାର ସମ୍ବଳିତ ଏବଂ ସେଥିରେ କେଉଁ କେଉଁ ବିଷୟରେ ଉଲ୍ଲେଖ ରହିଛି ତାହା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।
ସୂଚନାଥାଉ ଯେ, ଜାନୁୟାରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ ନବଦାସ । ଏହି ମାମଲାରେ ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ବନ୍ଧୁକ ସହ ଗିରଫ କରାଯାଇଥିଲା ।












Click it and Unblock the Notifications