Get Updates
Get notified of breaking news, exclusive insights, and must-see stories!

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳର ବ୍ୟାଙ୍କ ପାସବୁକ୍ ଜବତ କଲା କ୍ରାଇମବ୍ରାଞ୍ଚ

ଆଜି ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କ ଘରୁ ବ୍ୟାଙ୍କ ପାସବୁକ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯିବା ସହ ଗୋପାଳକୃଷ୍ଣର ପତ୍ନୀ ଜୟନ୍ତୀ ଦାସ ଓ ପୁତୁରାକୁ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ପଚରାଉଚରା କରୁଛି ।

Naba Das Death Case
ଭୁବନେଶ୍ୱର:ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଆଜି ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କ ଘରୁ ବ୍ୟାଙ୍କ ପାସବୁକ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯିବା ସହ ଗୋପାଳକୃଷ୍ଣର ପତ୍ନୀ ଜୟନ୍ତୀ ଦାସ ଓ ପୁତୁରାକୁ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ପଚରାଉଚରା କରୁଛି ।

ସୂଚନା ଅନୁସାରେ, ଗୋପାଳ ଦାସର ବ୍ରହ୍ମପୁର ସ୍ଥିତ ଘରୁ ଛାନଭିନ୍ କରିବା ପରେ ଏବେ ତାଙ୍କର ଆର୍ଥିକ କାରବାର ବିଷୟରେ ଜାଣିବା ପାଇଁ ତଥ୍ୟ ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚ । ତାଙ୍କ ସମସ୍ତ ପାସବୁକ୍ ଜବତ କରିବା ସହ ଟ୍ରାଞ୍ଜାକସନ୍ ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଅଭିଯୁକ୍ତର ଆକାଉଁଟ ଥିବା ବ୍ୟାଙ୍କରେ ପହଁଚିଛି କ୍ରାଇମବ୍ରାଞ୍ଚ ଟିମ୍ । ସେହିପରି ପରିବାର ସଦସ୍ୟଙ୍କ ସମେତ ପଡୋଶୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।

ସୂଚନାଥାଉ ଯେ, ଏହି ଘଟଣାର ସମସ୍ତ ଦିଗକୁ ନେଇ ଜାରି ରହିଛି ତଦନ୍ତ । ଏପରିକି ମନ୍ତ୍ରୀଙ୍କୁ ହତ୍ୟା କରିବା ପଛରେ ଗୋପାଳର କଣ ଉଦ୍ଦେଶ୍ୟ ଥିଲା ତାହା ଜାଣିବାକୁ ପ୍ରୟାସ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । କିନ୍ତୁ ନବ ଦାସଙ୍କ ମୃତ୍ୟୁକୁ 5 ଦିନ ବିତି ଯାଇଥିଲେ ମଧ୍ୟ ଖାଲି ପଡ଼ିଛି ତଦନ୍ତକାରୀ ଟିମ୍ ର ହାତ । ଅନ୍ୟପକ୍ଷରେ ଗତକାଲି ଏହି ଘଟଣାରେ କ୍ରାଇମବ୍ରାଞ୍ଚକୁ ମିଳିଛି ଗୋପାଳର ଡାଏରୀ । ଗୋପାଳର ସରକାରୀ କ୍ୱାଟର୍ସରେ ଯାଞ୍ଚ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଏକ ଡାଏରୀ ମିଳିଥିବା ନେଇ ସୂଚନା ରହିଛି ।

ସେପଟେ, ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪ ଦିନିଆ ରିମାଣ୍ତରେ ନେଇଛି କ୍ରାଇମବ୍ରାଞ୍ଚ । ଏହି ରିମାଣ୍ତରେ ଅବଧି ଆଜି ଶେଷ ହେବ । ତେବେ ଏହି ରିମାଣ୍ତର ଅବଧି ବଢାଯିବ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଫେବୃଆରୀ ୧ ତାରିଖରୁ ଗୋପାଳଙ୍କୁ ରିମାଣ୍ତରେ ନେଇ ଜେରା କରାଯାଉଛି । ହେଲେ ମିଳିପାରୁ ନାହିଁ ହତ୍ୟା ପଛର ପ୍ରକୃତ କାରଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+