Get Updates
Get notified of breaking news, exclusive insights, and must-see stories!

ନବ ଦାସ ହତ୍ୟା ମାମଲା: ଫୋରେନସିକ୍ ଲ୍ୟାବ୍ ଯିବ କାଗଜ ଟୁକୁଡ଼ା

ଅଭିଯୁକ୍ତ ଗୋପାଳର ବୟାନ ଅଧାରରେ ପାଇଖାନା ଟାଙ୍କିରୁ ମିଳିଥିବା କାଗଜ ଟୁକୁଡ଼ାକୁ ପରୀକ୍ଷା କରିବା ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଯିବ । କାଗଜରେ ଲେଖାଯାଇଥିବା ହସ୍ତାକ୍ଷର ଗୋପାଳର କି ନୁହେଁ ଜାଣିବା ପାଇଁ, ହସ୍ତଲିପି ବିଶାରଦ ଟେଷ୍ଟ କରିବେ ।

Nab Das murder case
ଭୁବନେଶ୍ୱର:ନବ ଦାସ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳର ବୟାନ ଅଧାରରେ ପାଇଖାନା ଟାଙ୍କିରୁ ମିଳିଥିବା କାଗଜ ଟୁକୁଡ଼ାକୁ ପରୀକ୍ଷା କରିବା ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଯିବ । କାଗଜରେ ଲେଖାଯାଇଥିବା ହସ୍ତାକ୍ଷର ଗୋପାଳର କି ନୁହେଁ ଜାଣିବା ପାଇଁ, ହସ୍ତଲିପି ବିଷାରଦ ଟେଷ୍ଟ କରିବେ ।

ନବ ଦାସଙ୍କ ଭିସେରା ନମୁନା ପରୀକ୍ଷା ପାଇଁ SFSLକୁ ପଠାଯାଇଛି । ଫରୋ 3D ସ୍କାନିଂ ଜରିଆରେ ଗାଡିରେ ଲାଗିଥିବା ଗୁଳି ଠାବ କରାଯାଇଛି । ସେହିପରି ଅଭିଯୁକ୍ତ ଗୋପାଳ ଦାସର ନିକଟତମ ଲୋକଙ୍କୁ ପଚରାଉଚରା କରାଯାଉଥିବା ବେଳେ ନବ ଦାସଙ୍କ ଭାଇଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।

ଉଲ୍ଲେଖଥାଉ କି, ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଏଏସ୍‌ଆଇ ଗୋପାଳ ଦାସ ବ୍ରଜରାଜନଗର ଗାନ୍ଧୀ ଛକ ଠାରେ ଗୁଳିମାଡ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ନବ ଦାସ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଅବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଥିଲା । ବିମାନବନ୍ଦରରୁ ଗ୍ରିନ୍ କରିଡ଼ରରେ ନିଆଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘ ସମୟ ତାଙ୍କ ଚିକିତ୍ସା କରାଯିବା ପରେ ଶେଷରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+