ନବ ଦାସଙ୍କ ହତ୍ୟା ଘଟଣା: କ୍ରାଇମ୍ ସ୍ପଟରେ ଜଷ୍ଟିସ ଜେ.ପି ଦାସ

କ୍ରାଇମ୍ ସ୍ପଟରେ ପହଁଚି ଘଟଣାର ଅନୁଧ୍ୟାନ କଲେ ଜଷ୍ଟିସ୍ ଜେ.ପି ଦାସ । ଜଷ୍ଟିସ୍ ଜେ.ପି ଦାସଙ୍କ ସହ କ୍ରାଇମବ୍ରାଞ୍ଚର ଏଡିଜି ଅରୁଣ ବୋଥ୍ରା ମଧ୍ୟ ଉପସ୍ଥିତ ଥିଲେ । ତଦନ୍ତ ତଦାରଖ ଦାୟିତ୍ୱରେ ଅଛନ୍ତି ଜଷ୍ଟିସ୍ ଜେ.ପି ଦାସ ।

Nab Das murder case
ଝାରସୁଗୁଡା: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା । ଘଟଣାର ୧୦ ଦିନ ପରେ ମଧ୍ୟ ସାମ୍ନାକୁ ଆସୁ ନାହିଁ ହତ୍ୟା ପଛର ଅସଲି ଉଦ୍ଦେଶ୍ୟ । ସେପଟେ ଆଜି କ୍ରାଇମ୍ ସ୍ପଟରେ ପହଁଚି ଘଟଣାର ଅନୁଧ୍ୟାନ କଲେ ଜଷ୍ଟିସ୍ ଜେ.ପି ଦାସ । ଜଷ୍ଟିସ୍ ଜେ.ପି ଦାସଙ୍କ ସହ କ୍ରାଇମବ୍ରାଞ୍ଚର ଏଡିଜି ଅରୁଣ ବୋଥ୍ରା ମଧ୍ୟ ଉପସ୍ଥିତ ଥିଲେ । ତଦନ୍ତ ତଦାରଖ ଦାୟିତ୍ୱରେ ଅଛନ୍ତି ଜଷ୍ଟିସ୍ ଜେ.ପି ଦାସ ।

ଅନ୍ୟପଟେ ହାଇକୋର୍ଟ ଅବସରପ୍ରାପ୍ତ ଜଜ୍ ଜେପି ଦାସ ଝାରସୁଗୁଡ଼ାରେ କ୍ରାଇମ୍ ବ୍ରାଞ୍ଚକୁ ଭେଟି ତଦାରଖ କରିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧି । କେଉଁ ଚିଠି ଆଧାରରେ ଜଷ୍ଟିସ ଜେପି ଦାସଙ୍କୁ ନିଯୁକ୍ତି ଦିଆଗଲା, ସେହି ଚିଠି ସାର୍ବଜନୀନ କରିବାକୁ ଦାବି କରିଛନ୍ତି ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ । ଜେପି ଦାସଙ୍କ ନିଯୁକ୍ତି ସମ୍ପୁର୍ଣ୍ଣ ବେଆଇନ୍ ବୋଲି ମଧ୍ୟ ସେ କହିଛନ୍ତି ।

ସେପଟେ ଆଜି ସରୁଛି ଅଭିଯୁକ୍ତ ଗୋପାଳର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ତ ଅବଧି । ଗତକାଲି ଗୋପଳକୁ ନେଇ କ୍ରାଇମ୍ ସ୍ପଟରେ ହୋଇଥିଲା ସିନ୍ ରିକ୍ରିଏଟ୍ । ସିନ୍ ରିକ୍ରିଏସନ ପରେ ଗୋପାଳକୁ ପୁଣି ଜେରା କରିଛି କ୍ରାଇମବ୍ରାଞ୍ଚ । ଗୋପଳକୁ କ୍ରାଇମବ୍ରାଞ୍ଚ ଦୁଇ ଥର ରିମାଣ୍ତରେ ନେଇ ସାରିଲାଣି । ତେବେ ଆଜି ରିମାଣ୍ତ ଅବଧି ବଢାଯିବ କି ନାହିଁ ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ଜାରି କରାଯାଇ ନାହିଁ ।

ସେହିପରି ଗତକାଲି ବୀଳମ୍ବିତ ରାତ୍ରୀରେ ଗୋପଳର ବ୍ରହ୍ମପୁର ଜଳେଶ୍ୱର ସ୍ଥିତ ପୈତୃକ ଘରେ ପୁଣି ପହଁଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୁକ୍ତ ଗୋପଳର ପରିବାର ସଦସ୍ୟ ଓ ପଡୋଶୀଙ୍କୁ ମଧ୍ୟ ପଚରଉଚରା କରାଯାଇଥିଲା । ଦୀର୍ଘ ସମୟ ଧରି ଏହି ଜେରା ଚାଲିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+