ନବ ଦାସଙ୍କ ହତ୍ୟା ମାମଲା: ଗୋପାଳର ହେବ ନାର୍କୋ ଟେଷ୍ଟ
ଆଜି ତୃତୀୟ ଦଫାରେ ପୁଣି ଗୋପାଳକୁ ୫ ଦିନିଆ ରିମାଣ୍ତରେ ନେଇଛି କ୍ରାଇମବ୍ରାଞ୍ଚ । ଗୋପାଳକୁ ପୁଣି ରିମାଣ୍ତରେ ନେବା ପାଇଁ ଜେଏଫଏମସି କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା ଯେଉଁଥି ପାଇଁ କୋର୍ଟ ପକ୍ଷରୁ ଅନୁମତି ମଧ୍ୟ ମିଳିଛି ।

ସୂଚନା ଅନୁସାରେ, ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ କରାଣ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ଆଜି ତୃତୀୟ ଦଫାରେ ପୁଣି ଗୋପାଳକୁ ୫ ଦିନିଆ ରିମାଣ୍ତରେ ନେଇଛି କ୍ରାଇମବ୍ରାଞ୍ଚ । ଗୋପାଳକୁ ପୁଣି ରିମାଣ୍ତରେ ନେବା ପାଇଁ ଜେଏଫଏମସି କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା ଯେଉଁଥି ପାଇଁ କୋର୍ଟ ପକ୍ଷରୁ ଅନୁମତି ମଧ୍ୟ ମିଳିଛି । ସେହିପରି ଅଭିଯୁକ୍ତ ଗୋପଳର ନାର୍କୋ ଟେଷ୍ଟ ଓ ଫଲିଗ୍ରାଫ୍ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି । ସୂଚନା ଅନୁସାରେ ଉଭୟ ଟେଷ୍ଟ ପାଇଁ ଗୋପାଳ ସହମତ ଥିବା କୋର୍ଟରେ ପ୍ରକାଶ କରିବା ପରେ ହିଁ ଏନେଇ ଅନୁମତି ମିଳିପାରିଛି । ସୂଚନାଥାଉ ଯେ, ଆଜି ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପଳର ଦ୍ୱିତୀୟ ରିମାଣ୍ତ ଅବଧି ଶେଷ ହେବାପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା ।
ଅନ୍ୟପକ୍ଷରେ ଆଜି ପୋଲିସ ଡିଜି କିଛି ବରିଷ୍ଠ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହ ତଦନ୍ତକାରୀ ଟିମ୍ ସହ ଆଲୋଚନା କରିବା ପରେ ସେ କହିଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ରୀୟ ଫରେନସିକ୍ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି । ଯାଞ୍ଚ ସଠିକ୍ ଭାବରେ କରାଯାଉଛି । ହେଲେ ମନ୍ତ୍ରୀଙ୍କ ହତ୍ୟା ପଛର ପ୍ରକୃତ କାରଣ ଜାଣିବା ପାଇଁ ଆଉ କିଛି ଦିନ ଲାଗିବ ।












Click it and Unblock the Notifications