ମୋ ସ୍ୱାମୀଙ୍କୁ ହତ୍ୟା କରାଯାଇଛି: ଗୋବିନ୍ଦଙ୍କ ପତ୍ନୀ ସୁଷମା ସାହୁ
ହତ୍ୟା ଅଭିଯୋଗ ଆଣିଲେ ଗୋବିନ୍ଦ ସାହୁଙ୍କ ପତ୍ନୀ
ଭୁବନେଶ୍ୱର: ମୋ ସ୍ୱାମୀଙ୍କର ହତ୍ୟା କରାଯାଇଛି...କିଛି ଏପରି ଅଭିଯୋଗ ଆଣିଲେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ପତ୍ନୀ । ଆଜି ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ ଭିତରେ ଆତ୍ମହତ୍ୟା କରିଛନ୍ତି । ଏହି ମାମଲାରେ ସେ ସଜା କାଟୁଥିଲେ । ସୂଚନା ଅନୁସାରେ ଜେଲ୍ ଭିତରେ ଥିବା ଏକ ଗଛରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିଲେ ।

ଯାହା ପରେ ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି ସେ କହିଛନ୍ତି ଯେ, ମୋ ସ୍ୱାମୀଙ୍କର ହତ୍ୟା କରାଯାଇଛି, ସେ କେବେ ହେଲେ ଆତ୍ମହତ୍ୟା କରି ପାରିବେ ନାହିଁ । ତାଙ୍କୁ ପ୍ଲାନ କରି ହତ୍ୟା କରାଯାଇଛି । କାଲି ରାତି ୧୧ ଟାରେ ସେ ଘରକୁ ଫୋନ କରି କଥା ହୋଇଥିଲେ । ଜେଲ୍ ଭିତରେ କେମିତି କିଏ ଆତ୍ମହତ୍ୟା କରିପାରିବେ । ଏହି ମାମଲାରେ ଉପଯୁକ୍ତ ତଦନ୍ତ କରାଯାଉ ଏବଂ ମୋ ପରିବାରକୁ ସୁରକ୍ଷା ଦିଆଯାଉ ବୋଲି କହିଛନ୍ତି ଗୋବିନ୍ଦଙ୍କ ପତ୍ନୀ ସୁଷମା ସାହୁ । ଏହା ସହ ସେ ସିବିଆଇ ତଦନ୍ତ ହେଉ ବୋଲି ମଧ୍ୟ ଦାବି କରିଛନ୍ତି ।
ସେପଟେ ଏହି ମାମଲାକୁ ନେଇ DIG ଶୁଭକାନ୍ତ ମିଶ୍ର କହିଛନ୍ତି ଯେ, ସମ୍ବଲପୁର ପ୍ରିଜନ୍ DIG ଏହି ମାମଲାର ତଦନ୍ତ କରିବ । ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦିଆଯିବ । ସେ ଏହା ମଧ୍ୟ ସ୍ୱିକାର କରିଛନ୍ତି ଯେ, ଏହି ମାମଲାରେ ଜେଲ୍ କର୍ମଚାରୀଙ୍କ ଅବହେଳା ରହିଛି ନ ହେଲେ ଏତ ବଡ଼ ଅଘଟଣ ଘଟି ନଥାନ୍ତା । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications