Get Updates
Get notified of breaking news, exclusive insights, and must-see stories!

ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାର ପର୍ଦ୍ଦାଫାସ୍ : 13 ବର୍ଷ ପରେ ହତ୍ୟାକାରୀ ଗିରଫ

ଚକେଇସିଆଣୀରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାରେ ଅଭିଯୁକ୍ତକୁ 13 ବର୍ଷ ପରେ ଗିରଫ କରିଛି କମିଶନରେଟ୍ ପୁଲିସ

ଭୁବନେଶ୍ୱର : ଚକେଇସିଆଣୀରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାରେ ଅଭିଯୁକ୍ତକୁ 13 ବର୍ଷ ପରେ ଗିରଫ କରିଛି କମିଶନରେଟ୍ ପୁଲିସ । କାର୍ ଭିତରୁ 2008 ରେ ସୁମନ୍ତଙ୍କର ମୃତ ଶରୀର ମିଳିଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ବିକ୍ରମାଦିତ୍ୟ ଜେନା । ଅଭିଯୁକ୍ତକୁ ଟ୍ରାକ କରି ଧରିଲା କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ । ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସୁନିଲ କୁମାର ଜେନା ସମେତ ସାଗର ଜେନା ଆଦି ଚାରି ଜଣଙ୍କୁ ଗିରଫ କରିସାରିଛି କମିଶନରେଟ୍ ପୁଲିସ । ଆଜି ସାମ୍ବାଦିକ ସମ୍ମିଳନୀ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମ୍ୟାନ୍ଦ୍ର ପ୍ରିୟଦର୍ଶୀ ।

ପୁଲିସ କମିଶନର

ପୂର୍ବ ଶତୃତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା । ସୁମନ୍ତଙ୍କୁ ଘରୁ ଡାକି ନେଇ ହତ୍ୟା କରିବା ସହିତ ଏକ କାର୍ ଡିକିରେ ରଖି ଦେଇଥିଲେ ଅଭିଯୁକ୍ତ । ତେବେ ସେହି ସମୟରେ ପୁଲିସ ଚାରି ଜଣଙ୍କୁ ଗିରଫ କରିଥିବା ବେଳେ ବିକ୍ରମ ଫେରାର୍ ଥିଲା । ଫେରାର୍ ହୋଇ ବିକ୍ରମ ପୁନେ ପଳାଇଥିଲା । ଏପରିକି ସେଠାରେ ଏକ ଆଇଟି କମ୍ପାନୀରେ ଟ୍ରେନିଂ ନେଇଥିଲା । ତେବେ ମଝିରେ ମଝିରେ ପରିବାର ଲୋକଙ୍କ ସହ ଯୋଗାଯୋଗ କରୁଥିଲା । ପୁଲିସ ଏହି ପୁରୁଣା ଫାଇଲକୁ ଆଉ ଥରେ ତଦନ୍ତ ପରିସରଭୁକ୍ତ କରି ଥିଲା । ସ୍ପେଶାଲ ସ୍କ୍ୱାର୍ଡ ମଞ୍ଚେଶ୍ୱର ଅଞ୍ଚଳରେ ବିକ୍ରମ ଥିବା ଜାଣି ତାକୁ ଗିରଫ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+