କର୍ଣ୍ଣାଟକ: ମୁରୁଗା ମଠ ମହନ୍ତ ଶିବମୂର୍ତ୍ତି ଶରଣାରୁ ଗିରଫ
କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲା ସ୍ଥିତ ମୁରୁଗା ମଠର ମହନ୍ତ ଶିବମୂର୍ତ୍ତି ଶରଣାରୁ ଗିରଫ । ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗୁରୁବାର ରାତିରେ ପୋଲିସ ତାଙ୍କୁ ଗିରଫ କରିଛି । ମହନ୍ତଙ୍କ ବିରୁଦ୍ଧରେ ପୋକ୍ସ ଆକ୍ଟ ଅଧୀନରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା
ବେଙ୍ଗାଲୁରୁ: କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲା ସ୍ଥିତ ମୁରୁଗା ମଠର ମହନ୍ତ ଶିବମୂର୍ତ୍ତି ଶରଣାରୁ ଗିରଫ । ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗୁରୁବାର ରାତିରେ ପୋଲିସ ତାଙ୍କୁ ଗିରଫ କରିଛି । ମହନ୍ତଙ୍କ ବିରୁଦ୍ଧରେ ପୋକ୍ସ ଆକ୍ଟ ଅଧୀନରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ତାଙ୍କ ବିରୁଦ୍ଧରେ ଅଭିଯୋଗ ପରେ ପୋଲିସ ତାଙ୍କୁ ଟେକି ନେଇ ପଚରାଉଚରା କରିଥିଲା ।

ଏହାପରେ ଗତକାଲି ଅପରାହ୍ନରେ ଲୁକଆଉଟ ନୋଟିସ୍ ଜାରି କରାଯିବା ପରେ ରାତିରେ ପୋଲିସ ତାଙ୍କୁ ଗିରଫ କରିଥିଲା । ମହନ୍ତଙ୍କୁ ଗିରଫ ପରେ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ତେବେ ଆଜି ସକାଳେ ମହନ୍ତ ଶିବମୂର୍ତ୍ତି ମୁରୁଗା ଶରଣାରୁଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରଯାଇଥିବା ସୂଚନା ମିଳିଛି । ମହନ୍ତଙ୍କ ମେଡିକାଲ ଟେଷ୍ଟ କରାଯିବା ସହ ତାଙ୍କୁ କୋର୍ଟରେ ହାଜର କରାଯିବ
ଅଭିଯୋଗ ଅନୁଯାୟୀ, ମୁରୁଗା ମଠ ଦ୍ବାରା ପରିଚାଳିତ ଏକ ସ୍କୁଲର ଦୁଇ ଜଣ ନାବାଳିକାଙ୍କୁ ମହନ୍ତ ଶରଣାରୁ ଦୀର୍ଘ ଦୁଇ ବର୍ଷ ହେବ ନିର୍ଯାତନା ଦେଇଆସୁଥିଲେ । ତେଣୁ ତାଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଥିବା ଚିତ୍ରଦୁର୍ଗ ପୋଲିସ ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି । ଅନ୍ୟପଟେ ମହନ୍ତ ଶରଣାରୁଙ୍କ ସହଯୋଗୀ ମହନ୍ତ ଆତ୍ମସମର୍ପଣ କରିଥିବା କହିଛନ୍ତି।












Click it and Unblock the Notifications