Get Updates
Get notified of breaking news, exclusive insights, and must-see stories!

ନିର୍ମମ! ପ୍ରେମିକାଙ୍କୁ ମାରି 35 ଖଣ୍ଡ କଲେ ଯୁବକ

ପ୍ରେମିକାଙ୍କୁ ମାରି 35 ଖଣ୍ଡ କଲେ ଯୁବକ । ଏହାପରେ 18 ଦିନ ଧରି ଖଣ୍ଡକୁ ନେଇ ନିକଟସ୍ଥ ଜଙ୍ଗଲରେ ପକାଇଥିଲେ । 5 ମାସର ହତ୍ୟାକାଣ୍ଡରୁ ପରଦା ଉଠାଇଲା ପୋଲିସ ।

ନୂଆଦିଲ୍ଲୀ: 'ପ୍ରେମ' ସବୁଠୁ ଶାଶ୍ବତ ଓ ସୁନ୍ଦର । କିନ୍ତୁ ଆଜିର ସମାଜରେ ପ୍ରେମର ସଂଜ୍ଞା ବଦଳିଛି । ନିଜର ସ୍ବାର୍ଥ ପାଇଁ ନିଜର ପ୍ରେମିକାକୁ ହତ୍ୟା କରିବା ପାଇଁ ମଧ୍ୟ ପଛାଉ ନାହାଁନ୍ତି ଆଜିକା ସମାଜର ଲୋକ । ରାଜଧାନୀ ଦିଲ୍ଲୀର ମେହରୁଲୀ ଅଞ୍ଚଳରେ ଦେଖିବାକୁ ମିଳିଛି ପ୍ରେମର କୁପରିଣାମ । ପ୍ରେମିକାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଗିରଫ ହୋଇଛନ୍ତି ଜଣେ ଯୁବକ ।

murder

ଦୀର୍ଘ 5 ମାସ ପରେ ଦିଲ୍ଲୀ ପୋଲିସ ଏହି ଘଟଣା ଉପରୁ ପରଦା ଉଠାଇ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି । ମୃତା ଯୁବତୀ ହେଲେ 26 ବର୍ଷିୟା ଶ୍ରଦ୍ଧା ୱାକର । ମୁମ୍ବାଇର ଏକ ମଲ୍ଟି ନାଶନାଲ କମ୍ପାନୀରେ କାର୍ଯ୍ୟ କରୁଥିଲେ ଶ୍ରଦ୍ଧା । ସେଠାରେ ଆଫିତାପ୍ ଅମିନଙ୍କ ସହିତ ପରିଚୟ ହୋଇଥିଲା । ବନ୍ଧୁତା କିଛି ଦିନ ଭିତରେ ପ୍ରେମରେ ପରିଣତ ହୋଇଥିଲା । ଏହାପରେ ଦୁହେଁ ସାଙ୍ଗ ହୋଇ ରହିବା ଆରମ୍ଭ କରିଥିଲେ । ଏନେଇ ଶ୍ରଦ୍ଧାଙ୍କ ପରିବାର ଜାଣିବା ପରେ ଏହାର ବିରୋଧ କରିଥିଲେ। କାରଣ ଦୁହେଁ ଭିନ୍ନ ଭିନ୍ନ ଗୋଷ୍ଠୀର ଥିଲେ । ତେଣୁ ଦୁହିଁଙ୍କୁ ପରିବାର ଗ୍ରହଣ କରିନଥିଲେ । ଫଳରେ ଉଭୟ ମୁମ୍ବାଇ ଛାଡି ଦିଲ୍ଲୀ ଚାଲିଆସିଥିଲେ। ଏହାପରେ କିଛି ମାସ ତଳେ ଉଭୟଙ୍କ ଭିତରେ ଭୟଙ୍କର ଝଗଡା ହୋଇଥିଲା । ଏହାପରେ ଆଫତାବ ଶ୍ରଦ୍ଧାଙ୍କ ଗଳା ଚିପି ହତ୍ୟା କରିଥିଲେ ।

ହତ୍ୟା କରିବା ପରେ ଶ୍ରଦ୍ଧାଙ୍କ ଶରୀରକୁ 35 ଖଣ୍ଡ କରି 3ଶହ ଲିଟର ରେଫ୍ରିଜେରେଟରରେ ରଖିଥିଲେ । ପ୍ରତି ଦିନ ଅଧା ରାତିରେ ଏଥିରୁ କିଛି ଖଣ୍ଡ ନେଇ ପାଖ ଜଙ୍ଗଲରେ ପକାଉଥିଲେ । 18 ଦିନ ଧରି ସେ ମୃତଦେହର ଖଣ୍ଡ ପକାଇଥିଲେ । ଅନେକ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଙ୍କ ଫୋନ ବନ୍ଦ ଆସିବା ପରେ ତାଙ୍କ ପରିବାର ଥାନାରେ ଅଭିଯୋଗ କରି ତାଙ୍କୁ ଖୋଜାଖୋଜି ପରେ ଘଟଣା ବିଷୟରେ ଜଣାପଡିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+