ଗୁରୁଦ୍ୱାରା ଭିତରେ ହେଲା ହତ୍ୟା, ଭିଡିଓ ଜାରି କଲେ ଅଭିଯୁକ୍ତ
Punjab News: ପଞ୍ଜାବ ଫଗବାଡାର ଏକ ଗୁରୁଦ୍ୱାରରେ ଅଘଟଣ । ରୁରୁଦ୍ୱାରେ ଭିତରେ ପଶି ଯୁବଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏପରି ଘଟଣା ପ୍ରକାଶ ପାଇବା ପରେ ଚହଳ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ହତ୍ୟା କରିଥିବା ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନିଜ ଦୋଷ ସ୍ୱିକାର କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ପଞ୍ଜାବର ଗୁରୁଦ୍ୱାରା ଶ୍ରୀ ଚୌରା ଖୁବ ସାହିବ ଭିତରେ ପଶି ନିହାଙ୍ଗ ଶିଖ ମାନେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି । ତେବେ ଫଗବାଡ଼ା ଏସପି ଗୁପପ୍ରିତ ସିଂହଙ୍କ କହିବା ଅନୁସାରେ ଗୁରୁ ଗ୍ରନ୍ଥ ସାହେବଙ୍କୁ ଅପବିତ୍ର କରିବା ସନ୍ଦେହରେ ଉକ୍ତ ଯୁବକଙ୍କୁ ହତ୍ୟା କରାଯାଇଛି । ବର୍ତ୍ତମାନ ତଦନ୍ତ ଜାରି ରହିଛି ।

ଅନ୍ୟପଟେ ନିହାଙ୍ଗ ଶିଖର ରମନଦୀପ ସିଂହ ନାମକ ଜଣେ ଯୁବକ ଉକ୍ତ ବ୍ୟକ୍ତିଙ୍କ ହତ୍ୟା କରିଥିବା ନେଇ ଦାବି କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏନେଇ ସୂଚନା ଦେଇଛନ୍ତି ସେ ନିଜକୁ ଏହି ହତ୍ୟା ପାଇଁ ଦାୟୀ କରିଛନ୍ତି । ଗୁରୁଦ୍ୱାରା ଭିତରୁ ହିଁ ଅଭିଯୁକ୍ତ ରମନଦୀପ ସିଂହଙ୍କୁ ପୋଲିସ ଗିରଫ କରିଥିଲା ।
ନିହାଙ୍ଗ ଶିଖ ବା ଗୁରୁ ଫୌଜି ଏମାନେ ଗୁରୁଦ୍ୱାରାକୁ ସୁରକ୍ଷିତ ରଖିଥାନ୍ତି । ନୀଳ ରଙ୍ଗର ପୋଷାକ, ମୁଣ୍ତରେ ପଗଡି ସହ ଅଣ୍ଟାରେ ଖଣ୍ତା, ଛୁରୀ ଓ କୃପାଣ ରଖିଥିବା ଏହି ନିହାଙ୍ଗ ଶିଖ ମାନେ ଗୁରୁଦ୍ୱରାକୁ ଯଗି ରହିଥାନ୍ତି । ପବିତ୍ର ଗୁରୁ ଗ୍ରନ୍ଥ ସାହେବଙ୍କୁ ଦୁର୍ବ୍ୟବହାର, ଅପମାନିତ କିମ୍ବା ଅପବିତ୍ର କରିବାକୁ ଚେଷ୍ଟା କରେ, ତେବେ ଏହା ବଡ଼ ଅପରାଧ ବୋଲି ଏମାନେ ବିବେଚନା କରିଥାନ୍ତି ।












Click it and Unblock the Notifications