ପୁରୀରେ ହତ୍ୟାକାଣ୍ଡ, ସେବାୟତଙ୍କୁ ଗୁଳି କରି ହତ୍ୟା
ପୁରୀରେ ସେବାୟତଙ୍କୁ ଗୁଳି କରି ହତ୍ୟା । ପୁରୀ ଟାଉନ ଥାନା ଅଞ୍ଚଳର ବାରବାଟୀ ଜାଗା ନିକଟରେ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି । ଏହି ଗୁଳି ମାଡରେ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ହୋଇଛି ।
ପୁରୀ: ପୁରୀରେ ସେବାୟତଙ୍କୁ ଗୁଳି କରି ହତ୍ୟା । ପୁରୀ ଟାଉନ ଥାନା ଅଞ୍ଚଳର ବାରବାଟୀ ଜାଗା ନିକଟରେ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି । ଏହି ଗୁଳି ମାଡରେ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୃତ୍ୟୁ ହୋଇଛି । ତେବେ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଏହି ହତ୍ୟାକାଣ୍ଡ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପୁରୀ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାରୁ ଫାୟାରିଂ କରି କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୨ ଜଣ ଦୁର୍ବୃତ୍ତ ବାଇକ୍ରେ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ମୁଣ୍ଡକୁ ୨ ରାଉଣ୍ଡ୍ ଗୁଳି କରିଥିଲେ। ଜମି ଡିଲ୍ ବେଳେ ଫାୟାରିଂ ହୋଇଥିବା ସୂଚନା ମିଳିଛି। କୃଷ୍ଣଚନ୍ଦ୍ର ପ୍ରତିହାରୀ ସୁଆର ମହାସୁଆର ନିଯୋଗର ସମ୍ପାଦକ ଥିଲେ ।
ଅନ୍ୟପଟେ ପୁରୀରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି । ପୁରୀ ବାଲିଘାଟ ଅଞ୍ଚଳରେ ପୁଅର କଟୁରି ଚୋଟରେ ମା'ର ମୃତ୍ୟୁ ହୋଇଛି। ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଶୁଭଦ୍ରାନଗରରେ ଏହି ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି। ଘରୋଇ କଳହକୁ ନେଇ ପୁଅ କଟୁରିରେ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିଲା। ଏଥିରେ ମା'ର ମୃତ୍ୟୁ ହୋଇଥିବା ବେଳେ ବାପା, ଭାଇ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି। ପୋଲିସ୍ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଅଟକ ରଖି ଛାନ୍ଭିନ୍ ଆରମ୍ଭ କରିଛି।












Click it and Unblock the Notifications