ଭୁବନେଶ୍ୱର ଡିସିପିଙ୍କ ଅଫିସ ଆଗରେ ନୃଶଂସ ହତ୍ୟାକାଣ୍ଡ, ଜବରଦଖଲକୁ ନେଇ ଦୋକାନୀଙ୍କୁ ନିର୍ମମ ହତ୍ୟା
ରାଜଧାନୀରେ ଡିସିପି ଅଫିସ ଆଗରେ ଜଣେ ଦୋକାନୀଙ୍କୁ ନିର୍ମମ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ମାମଲାରେ ୨ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି ।
ଭୁବନେଶ୍ବର: ରାଜଧାନୀରେ ଡିସିପି ଅଫିସ ଆଗରେ ଜଣେ ଦୋକାନୀଙ୍କୁ ନିର୍ମମ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ମାମଲାରେ ୨ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି ।

ଗତକାଲି ବିଲମ୍ବିତ ରାତିରେ ଭୁବନେଶ୍ୱର ବାଣୀବିହାର ଛକ ନିକଟରେ ଚା ଦୋକାନ ଖୋଲିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚରମ ପରିସ୍ଥିତିକୁ ଯାଇଛି । ସୌମ୍ୟରଞ୍ଜନ କୁଣ୍ଡୁ ନାମକ ବ୍ୟକ୍ତିଙ୍କୁ ଅନ୍ୟ ଦୁଇ ଜଣ ବ୍ୟକ୍ତି ଚା ଦୋକାନ କରିବାକୁ ନେଇ ବିବାଦ ଥିଲା । ଆଉ ଗତକାଲି ଏହି ବିବାଦକୁ ନେଇ ଗଣ୍ଡଗୋଳ ଏତେ ତିକ୍ତ ରୂପକୁ ଗଲା କି କାବୁ ଦାସ ଓ ପାଉଣୀ ଦାସ ନାମକ ଦୁଇ ଜଣ ମିଶି ସୌମ୍ୟରଞ୍ଜନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।
ଘଟଣାସ୍ଥଳରେ ହିଁ ସୌମ୍ୟ କୁଣ୍ଡୁଙ୍କର ମୃତ୍ୟୁ ଘଟିଥିଲା । ସମସ୍ତ ଅଭିଯୁକ୍ତ ପଥରବନ୍ଧ ଅଞ୍ଚଳର ବୋଲି ଜଣାଯାଇଛି । ସହିଦ ନଗର ପୁଲିସ ଏହି ମାମଲାର ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି । ପୂର୍ବ ଶତ୍ରୁତା ଓ ବ୍ୟାବସାୟିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ସେପଟେ ଏଣିକି ଜବରଦଖଲକୁ ଜୋରଦାର କରାଯିବା ସହ ଉଚ୍ଛେଦକୁ ତ୍ୱରାନ୍ୱିତ କରାଯିବ ବୋଲି ଡିସିପି କହିଛନ୍ତି ।












Click it and Unblock the Notifications