ଜଙ୍ଗଲୀ ଜନ୍ତୁର ମାଂସ ପାଇଁ ସମ୍ପର୍କୀୟ ଭାଇକୁ କଟୁରୀରେ ହାଣି ହତ୍ୟା
ମାଂସ ପାଇଁ ମର୍ଡର । ମାଂସ ପାଇଁ ସମ୍ପର୍କୀୟ ଭାଇକୁ କଟୁରୀରେ ହାଣି ହତ୍ୟା କଲା ଭାଇ । ସ୍ଥାନୀୟ ହିନ୍ଦୋଳ ଅଞ୍ଚଳରେ ଘଟିଛି ଏଭଳି ଏକ ଅମାନବୀୟ କାଣ୍ଡ ।
ଢେଙ୍କାନାଳ: ମାଂସ ପାଇଁ ମର୍ଡର । ମାଂସ ପାଇଁ ସମ୍ପର୍କୀୟ ଭାଇକୁ କଟୁରୀରେ ହାଣି ହତ୍ୟା କଲା ଭାଇ । ସ୍ଥାନୀୟ ହିନ୍ଦୋଳ ଅଞ୍ଚଳରେ ଘଟିଛି ଏଭଳି ଏକ ଅମାନବୀୟ କାଣ୍ଡ । ରାସୋଳ ଥାନା କଠକୁମ୍ପା ଗାଁରେ ରହୁଥିବା ମାହ୍ଲର ସମ୍ପ୍ରଦାୟର ଦୁଇ ପରିବାର ମଧ୍ୟରେ ଏହି ଘଟଣା ଘଟିଛି ।

ଜଙ୍ଗଲୀ ଜନ୍ତୁର ମାଂସ ଭାଗ ବଣ୍ଟାକୁ ନେଇ ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କୁମ୍ଭ ବେହେରା ସମ୍ପର୍କୀୟ ଭାଇକୁ କଟୁରୀରେ ହାଣି ହତ୍ୟା କରିଥିବା ଖବର ଜଣାପଡିଛି । ତେବେ କଟୁରୀ ଚୋଟରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ଅନ୍ୟପଟେ ଭୟରେ ଉଭୟ ପରିବାର ଜଙ୍ଗଲ ଭିତରକୁ ପଳେଇ ଯାଇଥିବା ଜଣାପଡିଛି। ହତ୍ୟାକାଣ୍ଡ ବିଷୟରେ ଗ୍ରାମବାସୀ ଖବର ପାଇ ପୋଲିସକୁ ଜଣାଇଥିଲେ। ପରେ ରାସୋଳ ପୋଲିସ୍ ପ୍ରାୟ ୩ ଘଣ୍ଟା ପରେ ଥାନା ଠାରୁ ୧୦ କିମି ଦୂରରେ ଘଟିଥିବା ହତ୍ୟାକାଣ୍ଡ ସ୍ଥାନରେ ପହଞ୍ଚିଛି । ଘଟଣା ବିଷୟରେ ତଦନ୍ତ ମଧ୍ୟ ଚଲାଇଛି ପୋଲିସ ।












Click it and Unblock the Notifications