Get Updates
Get notified of breaking news, exclusive insights, and must-see stories!

ଚୌଦ୍ୱାରରେ କ୍ରିକେଟ୍ ଖେଳ ବିବାଦରୁ ହତ୍ୟା ମାମଲା: ୪ ଗିରଫ

murder

କ୍ରିକେଟ ଟୁର୍ଣ୍ଣାମେଣ୍ଟ ବେଳେ ଅଘଟଣ

କଟକ: ଚୌଦ୍ୱାରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବେଳେ ଅଘଟଣ । ଛୁରା ମାଡ଼ରେ ଯୁବକଙ୍କର ମୃତ । କ୍ରିକେଟ ଖେଳ ବିବାଦରୁ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କଲା ଚୌଦ୍ୱାର ଥାନା ପୋଲିସ । ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ପେଷାଦାର ଅପରାଧୀ । ଏନେଇ ସୂଚନା ଦେଲେ କଟକ ଡିସିପି ପିନାକ ମିଶ୍ର ।

୪ ଜଣ ଗିରଫ

ସୂଚନା ଅନୁସାରେ, କାଲି ମହିଷାଲଣ୍ତା ଗାଁରେ କ୍ରିକେଟ ଖେଳରୁ ହତ୍ୟାକାଣ୍ତ ଘଟିଥିଲା । ମୁଖ୍ୟ ଅଭିଯୁକ୍ତକୁ ଗାଁ ଲୋକେ କାବୁ କରି ରଖିଥିଲେ । ତେବେ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଥିବା ଚାରି ଯୁବକ ଚୌଦ୍ୱାର ବରହମପୁର ଗାଁର । ତେବେ ହତ୍ୟା ପଛରେ ପୂର୍ବଶତ୍ରୁତା ଅଛି ନା ହଠାତ୍ ରାଗର ବରବର୍ତ୍ତୀ ହୋଇ ଯୁବକମାନେ ଏପରି କାଣ୍ତ ଘଟାଇଥିଲେ ତାହା ଜାଣିବା ପାଇଁ ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଉପସ୍ଥିତ ଥିବା ଗାଁ ଲୋକଙ୍କୁ ପଚରାଉଚାର କରାଯାଉଛି ।

ସୂଚନାଥାଉ ଯେ, ମୁଖ୍ୟ ଅଭିଯୁକ୍ତ ସ୍ମୃତି ନାଁରେ ପୂର୍ବରୁ ଥାନାରେ ଏକାଧିକ ମାମଲା ରହିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+