ହତ୍ୟାକାଣ୍ଡ: କଟକ କଲେଜ ଛକରେ ଗଡିଲା ଯୁବକଙ୍କ ମୁଣ୍ଡ
କଟକ କଲେଜ ଛକରେ ହତ୍ୟାକାଣ୍ଡ। ଗଡ଼ିଲା ଜଣେ ଯୁବକଙ୍କ ମୁଣ୍ଡ। ଗୁରୁତର ହୋଇଛନ୍ତି ଜଣେ ମହିଳା। ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।
କଟକ: କଟକ କଲେଜ ଛକରେ ହତ୍ୟାକାଣ୍ଡ। ଗଡ଼ିଲା ଜଣେ ଯୁବକଙ୍କ ମୁଣ୍ଡ। ଗୁରୁତର ହୋଇଛନ୍ତି ଜଣେ ମହିଳା। ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

ମୃତ ଯୁବକଙ୍କ ନାଁ ସନାତନ ଦାସ। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ। ସେ ଏଠାରେ ଶ୍ରମିକ ଭାବେ କାମ କରୁଥିଲେ। ସେହିଭଳି ଆହତ ହୋଇଥିବା ମହିଳାଙ୍କ ନାଁ ମାଳତୀ ବିଶ୍ୱାଳ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାଳତୀ ବି ଏଠାରେ ମୂଲ ଲାଗନ୍ତି। ଉଭୟ କଲେଜ ଛକ ନିକଟରେ ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ମାଳତୀଙ୍କ ସ୍ୱାମୀ ଏହି ଆକ୍ରମଣ କରିଥିବା ଜଣାପଡ଼ିଛି।
କଟକ ଡିସିପି କହିଛନ୍ତି, ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ସନାତନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମହିଳା ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପୋଲିସ୍ ଡାକ୍ତରଖାନାରେ ଭର୍ତ୍ତି କରିଛି। ଆହତ ମହିଳାଙ୍କ କହିବା ଅନୁଯାୟୀ, ସ୍ୱାମୀ (ରମେଶ ବିଶ୍ୱାଳ) ସହିତ ଝଗଡ଼ା ହେବାରୁ ୭-୮ ହେବ ସେ ଘର ଛାଡ଼ି ଏଠାକୁ ଚାଲି ଆସିଥିଲେ। ମୃତ ସନାତନ ସହିତ ତାଙ୍କର ପରିଚୟ ଥିଲା। ତାଙ୍କ ସାଙ୍ଗରେ ସେ ରହୁଥିଲେ।
ଡିସିପିଙ୍କ କହିବା ଅନୁଯାୟୀ, ଉକ୍ତ ମହିଳାଙ୍କୁ ସନାତନଙ୍କ ସହିତ ଦେଖିବା ପରେ ତାଙ୍କ ସ୍ୱାମୀ ରମେଶ ବିଶ୍ୱାଳ ଉଭୟଙ୍କୁ ଆକ୍ରମଣ କରିଥିଲା। ଏଥିରେ ସନାତନଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ପୋଲିସ୍ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଖୋଜୁଛି।












Click it and Unblock the Notifications