Get Updates
Get notified of breaking news, exclusive insights, and must-see stories!

ବଢୁଛି ସାଇବର ଠକେଇ, 2 ହଜାରର ମଦ କିଣି ମହିଳା ହରାଇଲେ 3ଲକ୍ଷ ଟଙ୍କା

2 ହଜାର ଟଙ୍କାର ଅନଲାଇନ ମଦ କିଣିବା ପାଇଁ ଉଦ୍ୟମ କରିଥିଲେ । ଏହାପରେ ମହିଳାଙ୍କ କ୍ରେଡିଟ କାର୍ଡରୁ ସାଇବର ଠକ 3ଲକ୍ଷ 80 ହଜାର ଟଙ୍କା ଲୁଟି ନେଇଥିବା ।

ମୁମ୍ବାଇ: ବର୍ତ୍ତମାନ ସାଇବର ଠକେଇର ସଂଖ୍ୟା ବହୁଳ ପରିମାଣରେ ବଢିବାରେ ଲାଗିଛି। ତେବେ ଏହି ଅନଲାଇନ ଠକେଇର ଶିକାର ହୋଇଛନ୍ତି ମୁମ୍ବାଇ ବାନ୍ଦ୍ରାର ଜଣେ ମହିଳା । ମହିଳା ଜଣକ ସ୍ଥାନୀୟ ମଦ ଦୋକାନରୁ 2 ହଜାର ଟଙ୍କାର ଅନଲାଇନ ମଦ କିଣିବା ପାଇଁ ଉଦ୍ୟମ କରିଥିଲେ । ଏହାପରେ ମହିଳାଙ୍କ କ୍ରେଡିଟ କାର୍ଡରୁ ସାଇବର ଠକ 3ଲକ୍ଷ 80 ହଜାର ଟଙ୍କା ଲୁଟି ନେଇଥିବା । ଏନେଇ ବାନ୍ଦ୍ରା ପୋଲିସରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

fraud
ସୂଚନା ଅନୁସାରେ, ମହିଳା ଜଣକ ଗୁଗଲରୁ ବାନ୍ଦ୍ରାର ଏକ ମଦ ଆଉଟଲେଟର ନମ୍ବର ନେଇ କଲ୍ କରିଥିଲେ । ସେମାନେ ଜାଣି ନଥିଲେ ଯେ ସାଇବର ଠକମାନେ ଗୁଗଲରେ ସେମାନଙ୍କ ନମ୍ବର ବିଭିନ୍ନ ୱାଇନସପ୍, ରେଷ୍ଟୁରାଣ୍ଟ, କେକ ଦୋକାନ, କୋରିୟର ସର୍ଭିସ, ବ୍ୟାଙ୍କ ହେଲ୍ପଲାଇନ ନମ୍ବର, ଅନଲାଇନ ସପିଙ୍ଗ ପୋର୍ଟାଲର କଷ୍ଟମର କେୟାର ନମ୍ବର ରୂପେ ଦେଉଛନ୍ତି।

ମହିଳା ଅର୍ଡର କରିବା ପରେ ତାଙ୍କ କ୍ରେଡିଟ କାର୍ଡ ନମ୍ବର ଏବଂ ଓଟିପି ସେୟାର କରିବା ପରେ ମୋଟ 7ଟି ଟ୍ରାଞ୍ଜାକ୍ସନରେ ତାଙ୍କର ଦୁଇଟି କ୍ରେଡିଟ କାର୍ଡରୁ ସାଇବର ଠକ 3ଲକ୍ଷ 80 ହଜାର ଟଙ୍କା ଲୁଟି ନେଇଥିଲା । ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ଧାରା 419, 420, ଆଇଟି ଅଧିନିୟମର ଧାରା 66 (ସି) ଓ 66 (ଡି)ରେ ମକଦ୍ଦମା ରୁଜୁ କରିବା ସହ ମାମଲାର ତଦନ୍ତ ଜାରି ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+