ମୃତ ଦେହ କାଟିବା ପୂର୍ବରୁ କଟର ମେସିନ ମରାମତି କରିବା ପାଇଁ ଯାଇଥିଲା ଅଭିଯୁକ୍ତ

Mumbai murder case

Mumbai Murder Case: ୪ ଜୁନରେ ନିଜ ଲିଭ୍-ଇନ୍ ପାର୍ଟନରକୁ ବର୍ବର ହତ୍ୟା କରିଥିଲା ପ୍ରେମକ ତଥା ଅଭିଯୁକ୍ତ ମନୋଜ ସାନେ । ବର୍ତ୍ତମାନ ଏହି ଘଟଣାକୁ ନେଇ ନୂଆ ତଥ୍ୟ ପ୍ରକାଶ ପାଇଛି । ସରସ୍ୱତୀ ବୈଦ୍ୟ ମନୋଜ ସାନେଙ୍କ ସହ ଲିଭ୍-ଇନରେ ରହୁଥିଲେ । ମନୋଜ ସାନେ ତାଙ୍କୁ ହତ୍ୟା କରିବା ପରେ ସରସ୍ୱତୀଙ୍କ ମୃତଦେହକୁ ଖଣ୍ତ ଖଣ୍ତ କରି କାଟିଥିବାର ଅଭିଯୋଗ ହୋଇଛି । ଖଣ୍ତ ବିଖଣ୍ତିତ ଶରୀରର ଅଂଶ ମଧ୍ୟ ପୋଲିସ ଜବତ କରିଛି ।

ହେଲେ ମନୋଜ ସାନେ ଦାବି କରିଛି ଯେ, ସରସ୍ୱତୀ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିଲେ, ସେ କେବଳ ପୋଲିସରୁ ବଞ୍ଚିବା ପାଇଁ ଏବଂ ଶବକୁ ନିଜ ଘରୁ କାଢିବା ପାଇଁ ଏପରି କରିଥିଲା ବୋଲି କହିଥିଲା । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମନୋଜ ସରସ୍ୱତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପାଇଁ ଗଛ କଟା କଟରର ବ୍ୟବହାର କରିଥିଲା ।

ଗଛ କଟା କଟରରେ ସେ ମୃତ ପ୍ରେମିକାର ଶରୀରକୁ ଖଣ୍ତ ଖଣ୍ଡ କରି କାଟିଥିଲା । ଯାହାକୁ ଠିକ୍ କରିବା ପାଇଁ ସେ ନିକଟସ୍ଥ ଏକ ଦୋକାନକୁ ନେଇକି ଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଦୋକାନ ମାଲିକର ସୂଚନା ଅନୁସାରେ, ଗଛ କାଟିବା ମେସିନ୍ କାମ କରିବା ବନ୍ଦ କରିଦେଇଥିଲା ମନୋଜ ଏହାକୁ ଠିକ୍ କରିବା ପାଇଁ ଜୁନ୍ ୪ ତାରିଖ ଦିନ ଦୋକାନ ଜାଇଥିଲା ।

ଦୋକାନର ମାଲିକ କହିଛନ୍ତି ଯେ, ଦୋକାନକୁ ଆସିବାବେଳେ ସାନେ ବିଲକୁଲ୍ ଭୟବିତ ମନେ ହେଉ ନଥିଲେ । ସେ ଶାନ୍ତ ଥିଲେ, ମେସିନ୍ ଠିକ୍ ହେବା ପର୍ଯ୍ୟନ୍ତ ସେ ଅପେକ୍ଷା କରିଥିଲେ ।

ସୂଚନାଥାଉ ଯେ, ବର୍ତ୍ତମାନ ମନୋଜକୁ ପୋଲିସ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି । ହେଲେ ଏହି ମାମଲାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+