ବୁର୍ଖା ପାଇଁ ସ୍ତ୍ରୀକୁ ଛୁରୀ ଭୁଷି ହତ୍ୟା କଲା ସ୍ବାମୀ
ପୁଅର ହେପାଜତକୁ ନେଇ ଯୁକ୍ତିତର୍କ ଓ ବୁର୍ଖା ପିନ୍ଧିବାକୁ ନେଇ ଇକବାଲ ଶେଖ ରୂପାଲି ଓରଫ ଜାରାଙ୍କୁ ଛୁରାମାଡ କରିଥିଲେ ବୋଲି ପୋଲିସ କହିଛି।
ମୁମ୍ବାଇ: ବର୍ତ୍ତମାନର ସମାଜରେ ବି ଲୋକେ ପୋଷାକ ପିନ୍ଧିବା ଶୈଳୀକୁ ନେଇ କାହାର ଜୀବନ ନେବାକୁ ପଛାଉ ନାହାଁନ୍ତି । ବୁର୍ଖା ପାଇଁ ସ୍ତ୍ରୀର ପ୍ରାଣ ନେଲା ପିଶାଚ ସ୍ବାମୀ । ଏଭଳି ଏକ ଅଭିବନୀୟ ଘଟଣା ଘଟିଛି ମୁମ୍ବାଇର ତିଲକ ନଗର ଅଞ୍ଚଳରେ । ମୁମ୍ବାଇର ଜଣେ ମୁସଲମାନ ସଂପ୍ରଦାୟର ବ୍ୟକ୍ତି ନିଜ ପତ୍ନୀଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, 3 ବର୍ଷ ତଳେ ଇକବାଲ ରୂପାଲି ନାମକ ଜଣେ ହିନ୍ଦୁ ଝିଅଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ରୂପାଲି ନାମ ପରିବର୍ତ୍ତନ କରାଇ ଜାରା ଇକବାଲ ରଖିବା ସହିତ ଦୁହେଁ ଖୁବ ଖୁସିରେ ଥିଲେ । ଦୁହିଁଙ୍କର 2 ବର୍ଷର ପୁଅ ମଧ୍ୟ ରହିଛି । କିନ୍ତୁ ସେ ବୁର୍ଖା ପିନ୍ଧିବାକୁ ଏବଂ ଇସଲାମିକ ଆଚରଣ କରିବାକୁ ଅରାଜି ହେଉଥିଲେ । କିନ୍ତୁ ସ୍ବାମୀ ଇକବାଲ ରୂପାଲି ବୁର୍ଖା ପିନ୍ଧି ବାହାରକୁ ଯାଆନ୍ତୁ ବୋଲି ଚାହୁଁଥିଲେ । ଏହାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ଲାଗି ରହିଥିଲା ଏହାପରେ ରୂପାଲି ତାଙ୍କ ମାଆଙ୍କ ଘରକୁ ଚାଲିଯାଇଥିଲେ । ଛଅ ମାସ ଧରି ସେଠାରେ ଏକାକୀ ରହିବା ପରେ ପୁଅ ସହିତ କଥା ହେବା ବେଳେ ଇକବାଲଙ୍କ ସହିତ ପୁଣି କଥା ହୋଇଥିଲେ ରୂପାଲି ।
ପୁଣି ଦୁହିଁଙ୍କ ଭିତରେ ବୁଝାମଣା ହୋଇ ଠିକ ହୋଇଯାଇଥିଲା । କିନ୍ତୁ ଇକବାଲଙ୍କ ବାପା ଏପରି ଆଚରଣକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିଲେ । ବୁର୍ଖା ପିନ୍ଧନ୍ତୁ ନଚେତ ଛାଡପତ୍ର ଦିଅନ୍ତୁ ବୋଲି ବୋହୂ ରୂପାଲିଙ୍କୁ ବାଧ୍ୟ କରିଥିଲେ । ଏହାପରେ ରୂପାଲି ତାଙ୍କର ଜଣେ ବାନ୍ଧବୀଙ୍କ ସହିତ ରହୁଥିଲେ । ତେବେ ଇକବାଲ ସେଠାରେ ପହଞ୍ଚି ରୂପାଲିଙ୍କୁ ହତ୍ୟା କରି ଫେରାର ଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications