ମୁନ୍ମୁନ୍ ଧମେଚା ଆଜି ବାଇକୁଲା ଜେଲ୍ରୁ ମୁକୁଳିଲେ
ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍ ଖାନ୍ଙ୍କ ସହ ଏନ୍ସିବି ଦ୍ୱାରା ଗିରଫ ହୋଇଥିବା ମୁନ୍ମୁନ୍ ଧମେଚା ଆଜି ବାଇକୁଲା ଜେଲ୍ରୁ ବାହାରିଛନ୍ତି। ବର୍ତ୍ତମାନ ଅରବାଜ ମର୍ଚ୍ଚାଣ୍ଡ ମଧ୍ୟ ଆର୍ଥର ରୋଡ ଜେଲରୁ ଶୀଘ୍ର ବାହାରିବା ନେଇ ସମ୍ଭାବନା ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ଅରବାଜ ଜେଲ୍ରୁ ବାହାରିଯିବେ ବୋଲି ଆଶା କରିଛନ୍ତି ତାଙ୍କ ବାପା।

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଏନ୍ସିବି ଆର୍ଯ୍ୟନ୍ ଖାନ୍, ଅରବାଜ ମର୍ଚ୍ଚାଣ୍ଟ ଏବଂ ମୁନମୁନ୍ ଧମେଚାଙ୍କୁ ଗିରଫ କରିଥିଲା। ତେବେ ୨୯ ଅକ୍ଟୋବର ଦିନ ଆର୍ଯ୍ୟନ୍ଙ୍କ ସମେତ ଏହି ଦୁଇ ଜଣଙ୍କୁ ମଧ୍ୟ ଜାମିନ ମିଳିଥିଲା। ବମ୍ବେ ହାଇକୋର୍ଟ ଏମାନଙ୍କ ଜାମିନ ମଞ୍ଜୁର କରିଥିଲେ। ତେବେ ଆର୍ଯ୍ୟନ୍ ଖାନ୍ ୩୦ ତାରିଖରେ ଜେଲ୍ରୁ ବାହାରି ମନ୍ନତ ପହଞ୍ଚିଥିଲେ। କିନ୍ତୁ ଏ ଦୁଇ ଜଣଙ୍କୁ ଜେଲ୍ରେ ରହିବାକୁ ପଡିଥିଲା। ଅରବାଜ ଏବଂ ମୁନମୁନ୍ଙ୍କ କାଗଜପତ୍ର ସମ୍ବନ୍ଧୀୟ କିଛି କାମ ବାକି ଥିବା ଯୋଗୁଁ ସେମାନେ ଆଉ ଗୋଟିଏ ଦିନ ଜେଲ୍ରେ ରହିଥିଲେ। ସୂଚନା ମୁତାବକ କ୍ରୁଜ ଉପରେ ଏନ୍ସିବି ଚଢ଼ାଉ ପରେ ମୁନ୍ମୁନ୍, ଆର୍ଯ୍ୟନ୍ ଏବଂ ଅରବାଜଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା। ମୁନ୍ମୁନ୍ ଏବଂ ଅରବାଜଙ୍କ ଠାରୁ ପରେ ଡ୍ରଗ୍ସ ମିଳିଥିବା ନେଇ ଏନ୍ସିବି ସୂଚନା ଦେଇଥିଲା।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications