ଆର୍ୟାନ୍ ଖାନ୍ ଡ୍ରଗସ୍ ମାମଲାରେ ଦିନ ତମାମ ଚାଲିଛି ଶୁଣାଣୀ
ମୁମ୍ବାଇ: ବହୁ ଚର୍ଚିତ ମୁମ୍ବାଇ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହରୁଖ ଖାନଙ୍କ ପୁଅ ଅର୍ଯାନ ଖାନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ଆଜି ଦିନ ତମାମ ଚାଲିଛି ଜମାନତ ସମ୍ବନ୍ଧରେ ଶୁଣାଣୀ। ଅଭିଯୁକ୍ତଙ୍କ ଓକିଲ ଏହି ମାମଲାରେ ଜମାନତ ପ୍ରଦାନ ସ୍ବଭାକିକ ବୋଲି କୋର୍ଟରେ ଯୁକ୍ତି ବଢିଥିବା ବେଳେ ଏନସିବି ପକ୍ଷରୁ ଆବଶ୍ୟକ ତଥ୍ୟ ଏବଂ ଯୁକ୍ତି କରାଯାଇଥିଲା।

ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ଯୁକ୍ତି କରିଛନ୍ତି ରେ ଆର୍ଜୟନଙ୍କ ବିରୋଧରେ ଡ୍ରଗ୍ସ ସେବନ ପାଇଁ ଅଭିଯୋଗ ରହିଥିବା ବେଳେ ଡ୍ରଗ୍ସ କାରବାର ପାଇଁ କୌଣସି ପ୍ରମାଣ ନାହିଁ। ଡ୍ରଗ୍ସ ଜନିତ କୌଣସି ଷଡଯନ୍ତ୍ରରେ ସାମିଲ ହେବା ଅଭିଯୋଗ ନଥିବା ବେଳେ ଜମାନତ ନମିଳିବା ଉଚିତ ନୁହେଁ ବୋଲି ଯୁକ୍ତି କରିଥିଲେ ଅଭିଯୁକ୍ତଙ୍କ ଓକିଲ। ତେବେ ଏନସିବି ପକ୍ଷରୁ ଗୋଟିଏ ପରେ ଗୋଟିଏ ଡକ୍ୟୁମେଣ୍ଟ କୋର୍ଟକୁ ପ୍ରଦାନ କରାଯାଇଛି।












Click it and Unblock the Notifications