ମୁମ୍ବାଇରେ ଶ୍ରଦ୍ଧା ମର୍ଡର ରିପିଟ: ପ୍ରେମିକା ଶରୀରକୁ କାଟି ପ୍ରେସର କୁକୁରରେ ସିଝାଉଥିଲା ପ୍ରେମିକ, ଏଚ୍ଆଇଭି ପଜିଟିଭ୍ ମନୋଜ!
Mumbai Crime News:ମୁମ୍ବାଇରେ ଦିଲ୍ଲୀର ଆଫତାବ ମାମଲା ପୁନରାବୃତ୍ତି । ୫୬ ବର୍ଷୀୟ ଅଭିଯୁକ୍ତ ନିଜ 32 ବର୍ଷୀୟ ଲିଭ୍-ଇନ୍ ପାର୍ଟନରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଖଣ୍ତ ଖଣ୍ତ କରି କାଟି ବୁଲା କୁକୁରଙ୍କୁ ଖୁଆଇଲା ମାଂସ । ମୁମ୍ବାଇ ମୀରା ରୋଡସ୍ଥିତ ଏକ ଆପାର୍ଟମେଣ୍ଟରୁ ମୃତଦେହ ଖଣ୍ତ ଜବତ କରିବା ସହ ଅଭିଯୁକ୍ତ ମନୋଜ ସାହାଣିକୁ ଗିରଫ କରିଛି ପୋଲିସ ।
ଏଚ୍ଆଇଭି ପଜିଟିଭ୍ ମନୋଜ
ଏହି ମାମଲାକୁ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଅଭିଯୁକ୍ତ ମନୋଜ ଏଚ୍.ଆଇ.ଭି.ପଜେଟିଭ୍ । ଏନେଇ ସେ ନିଜେ ପୋଲିସକୁ ସୂଚନା ଦେଇଛି । କେବଳ ଏତିକି ନୁହେଁ, ଅଭିଯୁକ୍ତ ଏହା ମଧ୍ୟ କହିଛି ଯେ, ତାଙ୍କର ନିଜ ପ୍ରେମିକା ସହ କୌଣସି ଶାରୀରିକ ସମ୍ପର୍କ ନଥିଲା ।

ମାମଲା କ'ଣ
ମୃତକ ମହିଳା ଜଣ ହେଲେ ୩୨ ବର୍ଷିୟ ସରସ୍ୱତୀ ବୈଦ୍ୟ ସେ ମନୋଜଙ୍କର ସହ ମୁମ୍ବାଇର ଏକ ପ୍ଲାଟରେ ରହିଥିଲେ । ୨୦୧୪ରୁ ଉଭୟ ଏକାଠି ଲିଭ୍-ଇନରେ ରହୁଥିଲେ । ହେଲେ ସେ ଦିନ ଉଭୟଙ୍କ ମଧ୍ୟରେ କ'ଣ ଯେ ଘଟିଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରୁ ନାହିଁ । ପ୍ରଥମେ ଲିଭ୍-ଇନ ପାର୍ଟନରକୁ ହତ୍ୟା କରି ଗଛ କଟା କଟରରେ କାଟିଥିଲା ନୃଶଂସ ପ୍ରେମିକ ମନୋଜ । ଏହା ପରେ ସେ ପ୍ରେସର କୁକରରେ ନିଜ ପ୍ରେମିକା ଦେହର ଅଂଶକୁ ସିଝାଇ ବୁଲା କୁକୁରଙ୍କୁ ଖାଇବା ପାଇଁ ହେଉଥିଲା ।
ମନୋଜଙ୍କ ଫ୍ଲାଟରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀ ପୋଲିସକୁ ସୂଚନା ଦେଇଥିଲେ । ଯାହା ପରେ ପୋଲିସ ଆପାର୍ଟମେଣ୍ଟରେ ପହଁଚି ମୃତ ଦେହ ଜବତ କରିଥିଲା । ଏପରିକି ପ୍ରେସରରେ ସିଝା ଯାଇଥିବା ମୃତଦେହର ଖଣ୍ତକୁ ମଧ୍ୟ ପୋଲିସ ଜବତ କରିଥିଲା । ସୂଚନା ଅନୁସାରେ, ମହିଳା ଜଣଙ୍କର ମୃତ୍ୟୁ ପ୍ରାୟ ୪ ଦିନ ପୂର୍ବରୁ ହୋଇସାରିଥିଲା ।
ଅଭିଯୁକ୍ତ କ'ଣ କହିଲା?
ଏମେ ଅଭିଯୁକ୍ତ ମନୋଜ କହୁଛି ତାଙ୍କ ପ୍ରେମିକାଙ୍କୁ ସେ ହତ୍ୟା କରି ନାହିଁ ବରଂ ସେ ନିଜ ଆତ୍ମହତ୍ୟା କରିଛନ୍ତି । ଜୁନ୍ 3 ତାରିଖ ସକାଳେ ଯେତେବେଳେ ସେ ନିଜ ଫ୍ଲାଟରେ ସରସ୍ୱତୀ ବୈଦ୍ୟ ମୃତ ଦେହ ଦେଖିଥିଲେ ଗିରଫ ହେବା ଭୟରେ ଏପରି କାଣ୍ତ କରିଛନ୍ତି ବୋଲି କହିଛନ୍ତି ।












Click it and Unblock the Notifications