୬ ଛୁଆଙ୍କୁ କୂଅରେ ଫିଙ୍ଗିଦେଲା ମା’: ଗିରଫ କଲା ପୋଲିସ୍
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ କଳହ ପରେ ସୋମବାର ଜଣେ ମା ନିଜର ୬ ଜଣ ଛୁଆଙ୍କୁ କୂଅରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି।
ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ କଳହ ପରେ ସୋମବାର ଜଣେ ମା ନିଜର ୬ ଜଣ ଛୁଆଙ୍କୁ କୂଅରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ମୃତ ଶିଶୁଙ୍କ ମଧ୍ୟରେ ପାଞ୍ଚ ଜଣ ଝିଅ ଏବଂ ଜଣେ ପୁଅ ଥିବା ପୋଲିସ କହିଛି। ସ୍ୱାମୀ ଓ ଶାଶୂଘର ସହ ଝଗଡ଼ା ପାଇଁ ହିଁ ମହିଳା ଜଣକ ଏହି ଭୟାନକ କାମ କରିଥିବା କୁହାଯାଉଛି ।

ମୁମ୍ବାଇ ରାୟଗଡ ଠାରୁ ୧୦୦ କିଲୋମିଟର ଦୂରରେ ଥିବା ମହଦ ତାଲୁକର ଖରାବାଲି ଗାଁରେ ମହିଳା ଜଣକ ନିଜର ୬ ପିଲାଙ୍କ ସହ କୂଅକୁ ଡେଇଁ ପଡିଥିଲେ । କିନ୍ତୁ ଗ୍ରାମବାସୀ ତାଙ୍କୁ ଜୀବନ୍ତ ଉଦ୍ଧାର କରିଥିବାବେଳେ ସମସ୍ତ ଶିଶୁଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତ ଶିଶୁମାନଙ୍କର ବୟସ ୧୮ ମାସରୁ ୧୦ ବର୍ଷ ମଧ୍ୟରେ ଥିଲା ବୋଲି ପୋଲିସ କହିଛି ।
ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ମୃତ ପିଲାମାନଙ୍କ ମଧ୍ୟରେ ପାଞ୍ଚ ଜଣ ଝିଅ ଓ ଜଣେ କୁନି ପୁଅ ଅଛି । ବର୍ତ୍ତମାନ ପିଲାମାନଙ୍କର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଏଥି ସହ ପୋଲିସ ଉକ୍ତ ମହିଳାଙ୍କୁ ଗରିଫ କରି ଘଟଣାର ଯାଞ୍ଚ ଚାଳାଇଛି ।












Click it and Unblock the Notifications