କଟକରେ 7 ମାସର ଝିଅକୁ ମାରି ନିଜେ ଆତ୍ମହତ୍ୟା କଲା ମା
କଟକ ସେଲଟର ଛକ ଷ୍ଟେଟବ୍ୟାଙ୍କ କଲୋନୀରେ ଘଟିଛି ଏମିତି ଘଟଣା। ଯେଉଁଠାରେ ଘର ଭିତରେ ମା’ର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।
କଟକ: କଟକରେ ଅଭାବନୀୟ ଘଟଣା । ଗୋଟିଏ ଘରୁ ମିଳିଲା ଦୁଇଟି ମୃତଦେହ । ସେଲ୍ଟର ଛକ ଷ୍ଟେଟବ୍ୟାଙ୍କ କଲୋନୀରେ ଘଟିଛି ଏମିତି ଘଟଣା। ଯେଉଁଠାରେ ଘର ଭିତରେ ମା'ର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।

ଏହାସହ ୭ମାସ ଝିଅର ରକ୍ତାକ୍ତ ମୃତଦେହ ଘର ଭିତରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।












Click it and Unblock the Notifications