ବନ୍ଧୁକ ଦେଖାଇ ଭ୍ୟାନରୁ ଦେଢ କୋଟିରୁ ଅଧିକ ଟଙ୍କା ଲୁଟିନେଲେ ଦୁବୃର୍ତ୍ତ
ଆଠଗଡ଼: ଦିନ ଦ୍ୱିପ୍ରହରରେ ଦେଢ଼ କୋଟିରୁ ଅଧିକ ଲୁଟ୍ । ବନ୍ଧୁକ ଦେଖାଇ ଦେଢ କୋଟିରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ନେଇ ସୂଚନା ମିଳିଛି । ତିଗିରିଆ ଥାନା ଗୋଡ଼ିଝରିଆ ନୂଆ ରାସ୍ତାରୁ ଲୁଟ୍ ହୋଇଛି । ଲୁଟ୍ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଉଭୟ ତିଗିରିଆ ଓ ଆଠଗଡ ପୋଲିସ ତନାଘନା ଜାରି ରଖିଛନ୍ତି ।
ଟ୍ରଙ୍କରେ ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କା ଥିବା ସୂଚନା ମିଳିଛି । ସ୍କୁଟି ଓ ସ୍କର୍ପିଓରେ ଆସି ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଲୁଟିଛନ୍ତି ଦୁର୍ବୃତ୍ତ । ଆଠଗଡ଼କୁ ଯିବାକୁ ଥିବା ସବୁ ପ୍ରବେଶ ପଥରେ ପୋଲିସ ନାକାବନ୍ଦୀ କରିଛି । ସମସ୍ତ ଦୁବୃର୍ତ୍ତ ଓଡ଼ିଆରେ କଥା ହେଉଥିବା କହିଛନ୍ତି ଭ୍ୟାନରେ ଥିବା କର୍ମଚାରୀ । ପୋଲିସର ଏକ ଟିମ୍ ସ୍କୋର୍ପିଓର ପିଛା କରୁଥିବା ସୂଚନା ମିଳିଛି ।

ଦିନ ଦ୍ୱିପ୍ରହରରେ ଟଙ୍କା ଲୁଟ୍ ହୋଇଛି । ଆଠଗଡରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ନେଇ ସୂଚନା ମିଳିଛି । ୫ରୁ ୬ଜଣ ଦୁବୃର୍ତ୍ତ ମୁଖା ପିନ୍ଧି ଆସିଥିଲେ । ସ୍କୋର୍ପିଓ ଓ ସ୍କୁଟିରେ ଆସି ବନ୍ଧୁକ ଦେଖାଇ ଭ୍ୟାନ୍ ଅଟକାଇବା ପରେ ଦେଢ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ବିଭିନ୍ନ ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଭ୍ୟାନରେ ଟଙ୍କା ଅଣାଯାଉଥିଲା । ଆଉ ହଠାତ୍ ଆକ୍ରମଣ ହୋଇଥିଲେ । ଲୁଟ୍ ପୂର୍ବରୁ ଭ୍ୟାନରେ ପ୍ରଥମେ ପଥର ବାଜିଥିଲା, କେହି କିଛି ଭାବିବା ପୂର୍ବରୁ ଏକ ସ୍କୋର୍ପିଓ ଓ ସ୍କୁଟି ଗାଡି ସାମ୍ନାକୁ ଆସିଯାଇଥିଲା । ପରେ ଦୁବୃର୍ତ୍ତ ମାନେ ମୁଖା ପିନ୍ଧି ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ଟ୍ରଙ୍କ୍ ଲୁଟି ନେଇଥିଲେ ।












Click it and Unblock the Notifications