୩ ଶହ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ
କିଲେ କିମ୍ବା ଦଶ କିଲେ ନୂହେଁ । ଏକା ଥରକେ ୩ ଶହ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରିଛି ଗଞ୍ଜାମ ପୋଲିସ ।
ଗଞ୍ଜାମ: କିଲେ କିମ୍ବା ଦଶ କିଲେ ନୂହେଁ । ଏକା ଥରକେ ୩ ଶହ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରିଛି ଗଞ୍ଜାମ ପୋଲିସ । ତେବେ ଏତେ ସଂଖ୍ୟାରେ ଗଞ୍ଜେଇ କେଉଁଠୁ ଆସିଲା ସେନେଇ ତଦନ୍ତ କରୁଛି ଅବକାରୀ ବିଭାଗ ।

ସ୍ଥାନୀୟ ପାଟପୁରରୁ ଅଞ୍ଚଳରୁ ଏହି ଗଞ୍ଜେଇ ଜବତ ହୋଇଛି । ଗାଁର ଏକ ନିର୍ଦ୍ଦିଷ୍ଟ ଘରେ ଏହି ଗଞ୍ଜେଇକୁ ଆଣି ପ୍ୟାକିଂ ହେଉଥିଲା । ଏହିଠାରୁ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ।
ଅନ୍ୟପଟ କିଛି ଦିନ ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଦୁଇ ଜଣ କିନ୍ନରଙ୍କୁ ପୋଲିସ ଗିରଫ କରିଥିଲା । ସେମାନେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିଲେ । ଗିରଫ ଅଭିଯୁକ୍ତଙ୍କଠାରୁ ୧୬ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।












Click it and Unblock the Notifications