ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଏମଏମଏସ ଲିକ ଘଟଣା: ଅଭିଯୁକ୍ତ ଛାତ୍ରୀଙ୍କୁ ହଷ୍ଟେଲ ୱାର୍ଡେନଙ୍କ ସମାଲୋଚନା

ହି ଘଟଣାର ଅଭିଯୁକ୍ତ ଛାତ୍ରୀଙ୍କୁ ହଷ୍ଟେଲର ୱାର୍ଡେନ ତାଗିତ କରୁଥିବା ଭିଡିଓକୁ ନେଇ ଏବେ ଆହୁରି ଚର୍ଚ୍ଚା ହେଉଛି ।

ଚଣ୍ଡିଗଡ଼: ପଞ୍ଜାବର ମୋହାଲିରେ ଥିବା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ। ହଷ୍ଟେଲ ଛାତ୍ରୀଙ୍କ ଗାଧୁଆ ଏମଏମଏସ ଘଟଣାରେ ଆହୁରି ଏକ ଭିଡିଓ ଏବେ ସୋଶଲ ମିଡିଆରେ ଘୁରି ବୁଲୁଛି । ଏହି ଘଟଣାର ଅଭିଯୁକ୍ତ ଛାତ୍ରୀଙ୍କୁ ହଷ୍ଟେଲର ୱାର୍ଡେନ ତାଗିତ କରୁଥିବା ଭିଡିଓକୁ ନେଇ ଏବେ ଆହୁରି ଚର୍ଚ୍ଚା ହେଉଛି ।

mms

ୱାର୍ଡେନ୍ ଛାତ୍ରୀଙ୍କୁ ଚଢା ଗଳାରେ ତାଗିତ କରିବା ସହିତ ତାଙ୍କୁ ମାରିବା ପାଇଁ ହାତ ଉଠାଉଥିବା ଦେଖାଯାଇଛି । ଭିଡିଓ ଭାଇରାଲ କରି ସେ ସବୁଠାରୁ ଘୃନ୍ୟ କାମ କରିଥିବା କହିଛନ୍ତି ୱାର୍ଡେନ। ତାଙ୍କୁ ଏଭଳି କରିବା ପାଇଁ କିଏ ଓ କାହିଁକି କହିଥିଲା ବୋଲି ସେ ଛାତ୍ରୀଙ୍କୁ ବାରମ୍ବାର ପଚାରି ବୁଝିଥିଲେ । ଅନେକ ଥର ପଚାରିବା ପରେ ଛାତ୍ରୀ ଜଣକ କହିଥିଲେ ଶିମଲାର ଜଣେ ଯୁବକ ଏଭଳି କରିବା ପାଇଁ କହିଥିଲେ ।

ତେବେ ଛାତ୍ରୀଙ୍କର ଏଭଳି କରିବା ପଛରେ କଣ କାରଣ ରହିଛି ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଘଟଣାରେ ବ୍ୟବହୃତ ମୋବାଇଲ ଫୋନକୁ ପୋଲିସ ଜବତ କରିଥିବା ବେଳେ ଛାତ୍ରୀଙ୍କୁ ହେପାଜତରେ ରଖି ପଚରାଉଚରା କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+