Get Updates
Get notified of breaking news, exclusive insights, and must-see stories!

ମାହାଙ୍ଗାରେ ଗଡିଲା ମୁଣ୍ଡ: ବିଧାୟକ ପ୍ରତାପ ଜେନା କହିଲେ, ସମସ୍ତ ଦୋଷୀ ଦଣ୍ଡ ପାଇବେ

ଗତକାଲି ବିଳମ୍ବିତ ରାତିରେ ମାହାଙ୍ଗା ଥାନା ନୃତ୍ତାଙ୍ଗ ପଞ୍ଚାୟତ ଯଂକୋଟି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓରଫ ପାଗଳ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ମାହାଙ୍ଗା: ମାହାଙ୍ଗାରେ ଗଡିଲା ମୁଣ୍ଡ । ରାଜନୈତିକ ହିଂସାରୁ ରକ୍ତାପାତ । ଗତକାଲି ବିଳମ୍ବିତ ରାତିରେ ମାହାଙ୍ଗା ଥାନା ନୃତ୍ତାଙ୍ଗ ପଞ୍ଚାୟତ ଯଂକୋଟି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓରଫ ପାଗଳ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତେବେ ଆଜି ଘଟଣାରେ ସ୍ଥାନୀୟ ବିଧାୟକ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । ଘଟଣାକୁ ନିନ୍ଦା କରିବା ସହ ସମସ୍ତ ଦୋଷୀ ଦଣ୍ଡ ପାଇବେ ବୋଲି ପ୍ରତାପ କହିଛନ୍ତି ।

ମାହାଙ୍ଗା ହତ୍ୟାକାଣ୍ଡ

ଏକ ଟ୍ବିଟ କରି ପ୍ରତାପ ଲେଖିଛନ୍ତି, ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୂଳମଣି ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଏହି ଘଟଣାକୁ ମୁ ଦୃଢ ଭାବେ ନିନ୍ଦା କରୁଛି ଓ ଏହି ଘଟଣାରେ ସମ୍ପୃତ ସମସ୍ତ ଦୋଷୀ ଦଣ୍ଡ ପାଇବେ ଓ ଆଇନ ଅନୁଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।

ସେପଟେ ହତ୍ୟାକାଣ୍ଡରେ ତାଙ୍କ ସମ୍ପୃକ୍ତି ପ୍ରସଙ୍ଗରେ ଉତ୍ତର ରଖି କହିଛନ୍ତି, ବିଜେପି ବିରୋଧୀ ଦଳ ଭାବେ ଆମକୁ କହିବା ସ୍ବାଭାବିକ । ଜଗନ୍ନାଥଙ୍କ ରାଜ୍ୟରେ ହିଂସାର ସ୍ଥାନ ନାହିଁ । ପରିବାର ଲୋକେ ଯାହା ବିରୋଧରେ ଅଭିଯୋଗ ଆଣୁଛନ୍ତି ସେ ସରପଞ୍ଚ । ଘଟଣା ଘଟିବା ପୂର୍ବରୁ ସେ ଦେଖା କରିଥିଲେ । ମୋ ସହ ତାଙ୍କର ଫଟୋ ରହିବା ସ୍ବାଭାବିକ ।

ସୂଚାନାଥାଉ କି, ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଲେପୁର ବିଜେପି ମଣ୍ଡଳ ପ୍ରଭାରୀ କୁଳମଣି ବରାଳ ତାଙ୍କ ସହଯୋଗୀଙ୍କ ସହ ବାଇକ ଯୋଗେ ତାଙ୍କ ଘର ନୃତଙ୍ଗକୁ ଫେରୁଥିବା ବେଳେ ଯଂକୋଟି ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ମାରାଣାତ୍ମକ ଆକ୍ରମଣ କରିଥିଲେ । ଆକ୍ରମଣରେ କୁଳମଣି ବରାଳଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ପ୍ରଥମେ ମହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସେହିପରି ତାଙ୍କ ସହ ଥିବା ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମାହାଙ୍ଗା ମେଡିକାଲରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା , ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ , କଟକ ଜିଲ୍ଲା ବିଜେପି ସଭାନେତ୍ରୀ ଯାଜ୍ଞଶିନୀ ଜେନା ପ୍ରମୁଖ ପହଞ୍ଚି ପୋଲିସ ଅଧିକାରଙ୍କ ସହ ଆଲୋଚନା କରିଛନ୍ତି। ତୁରନ୍ତ ଦୋଷୀ ମାନକୁ ଗିରଫ କରିବାକୁ ଦାବି କରିଛନ୍ତି। ବିଜେଡି କର୍ମୀମାନେ ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନାରେ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ବିଜେପି ଜିଲ୍ଲା ସଭାପତି ଅଭିଯୋଗ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+