ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା, ସାମ୍ନାକୁ ଆସିଲା ପୀଡିତା ମାଙ୍କ ବୟାନ
ନାବାଳିକା ମାଙ୍କ କହିବା ଅନୁଯାଇ, ଦୁର୍ଷର୍ମ ପରେ ଜଗୀ ତାଙ୍କୁ ଏକଧିକ ଥର ଭେଟିଛନ୍ତି ଏବଂ ଘଟଣାକୁ ଚାପି ଦେବା ପାଇଁ ଧମକ ମଧ୍ୟ ଦେଇଛନ୍ତି ।
ଭୁବନେଶ୍ବର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାକୁ 80 ଦିନ ବିତି ଯାଇଥିଲେ ମଧ୍ୟ ଏଯାଏ ଦୋଷୀରେ ଠୋସ୍ ସୁରାଗ ପାଉନି ପୋଲିସ । ଏପଟେ ହାଇକୋର୍ଟଙ୍କ ବାରମ୍ବାର ନୋଟସ ପରେ ମଧ୍ୟ କୋର୍ଟରେ ହାଜର ହେଉନାହାନ୍ତି ଘଟଣାରେ ସମ୍ପୃକ୍ତ ଥିବା ଘରୋଇ ଟିଭି ଚ୍ୟାଲେନ ମାଲିକାଣୀ ଜଗୀ ମଙ୍ଗଦ ପଣ୍ଡା । ତେବେ ଏହାରି ଭିତରେ ଆଜି ପୁଣିଥରେ ସାମ୍ନାକୁ ଆସିଛି ପୀଡିତା ନାବାଳିକା ମାଙ୍କ ଚାଞ୍ଚଲ୍ୟକର ବୟାନ । ନାବାଳିକା ମାଙ୍କ କହିବା ଅନୁଯାଇ, ଦୁର୍ଷର୍ମ ପରେ ଜଗୀ ତାଙ୍କୁ ଏକଧିକ ଥର ଭେଟିଛନ୍ତି ଏବଂ ଘଟଣାକୁ ଚାପି ଦେବା ପାଇଁ ଧମକ ମଧ୍ୟ ଦେଇଛନ୍ତି ।

ତେବେ ଲକଡାଉନ୍ ସମୟରେ ପୀଡ଼ିତାଙ୍କୁ ଜଗୀ ୨ ଥର ଭେଟିଥିବା କହିଛନ୍ତି ନାବାଳିକାଙ୍କ ମାଆ । ଏପରିକି ପୋଲିସରେ ଅଭିଯୋଗ ନ କରିବା ସହିତ ଘଟଣା ବାବଦରେ କାହାରିକୁ କିଛି ନ କହିବା ଲାଗି ଚାପ ପକାଇଥିଲେ ଜଗୀ । ଗଣଦୁଷ୍କର୍ମ ନେଇ ବାହାରେ କାହା ଆଗରେ କଥା ପ୍ରକାଶ କଲେ ମା-ଝିଅଙ୍କୁ ଜୀବନରୁ ମାରି ଦେବାକୁ ଜଗୀ ଧମକ ଦେଇଥିବା ପୀଡିତାଙ୍କ ମା କହିଛନ୍ତି ।
ସେପଟେ ମାମଲକୁ ନେଇ ଆଜି ପୋଲିସ ଡିଜିପି ଅଭୟ ଭିଡିଓ କନଫେରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଛନ୍ତି । ଅପରପକ୍ଷେ ଡିଜିପିଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହେବା ସହ ମୁଦା ଲଫାପାରେ ତଦନ୍ତ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications