ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା : ହାଇକୋର୍ଟଙ୍କ ଭର୍ସନା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋର୍ଟକୁ ଜଣାଇବାକୁ ନିର୍ଦ୍ଦେଶ

ଡିସେମ୍ବର 16 ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେଇ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ପୁଲିସ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକ : ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ହୋଇଛି । ତେବେ ଏହି ଘଟଣାକୁ 80 ଦିନ ବିତି ଯାଇଥିଲେ ବି ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଭର୍ସନା କରିଛନ୍ତି ହାଇକୋର୍ଟ । ଏଥିସହ ଡିସେମ୍ବର 16 ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେଇ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ପୁଲିସ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଶୁଣାଣୀ ସମୟରେ ଭିଡିଓ କନଫରେସିଂ ଜରିଆରେ ହାଜର ହୋଇଥିଲେ ପୁଲିସ ଡିଜିପି ଅଭୟ ।

ନାବାଳିକା ଗଣଦୁଷ୍କର୍ମ

ଏଠାରେ ସୂଚନାଥାଉକି, ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ମା' ସାତ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ କ୍ରାଇବ୍ରାଞ୍ଚ ତଦନ୍ତ କରୁଛି । ସମାନୁଭାବରେ ରାଜ୍ୟ ମହିଳା କମିଶନ ଓ ରାଜ୍ୟ ଶିଶୁ ଅଧିକାର ଆୟୋଗ ମଧ୍ୟ ଏହି ଘଟଣାକୁ ତଦନ୍ତ କରୁଛନ୍ତି । ଆଜି ଶିଶୁ ଆୟୋଗ ଏହି ନାବାଳିକା ଦୁଷ୍କର୍ମ ମାମଲାରେ ଓଟିଭିର ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ବ୍ୟକ୍ତିଗତ ହାଜର ହେବାକୁ କହିଥିଲେ ମଧ୍ୟ ସେ ଓକିଲ ଓ ପ୍ରତିନିଧିଙ୍କ ଜରିଆରେ ହାଜର ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+