Get Updates
Get notified of breaking news, exclusive insights, and must-see stories!

ନାବାଳିକା ଦୁଷ୍କର୍ମକାରୀକୁ 20 ବର୍ଷ ଜେଲ୍, ୭୦ ହଜାର ଟଙ୍କା ଜରିମାନ

ଯାଜପୁର: ୯ ବର୍ଷ ନାବାଳିକା ଦୁଷ୍କର୍ମ ମାମଲା । ଦୋଷୀ ସାବ୍ୟସ୍ତ ହେବା ପରେ ଅଭୁଯୁକ୍ତକୁ ଯାଜପୁର ଏଡିଜେ ସ୍ୱତନ୍ତ୍ର ପକ୍ସୋ କୋର୍ଟ ୨୦ ବର୍ଷ ଜେଲ ଦଣ୍ତାଦେଶ ଦେଇଛନ୍ତି । ସେହିପରି ଅଭିଯୁକ୍ତ ପ୍ରକାଶ ମଲ୍ଲିକଙ୍କୁ କୋର୍ଟ ୭୦ ହଜାର ଟଙ୍କା ଜରିମାନ ଭରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ୨୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ପୀଡିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

Jajpur Posco Court

ସୂଚନାଥାଉ ଯେ, ୨୦୨୨ ଅଗଷ୍ଟ ୫ ତାରିଖରେ ଏହି ଘଟଣା ଘଟିଥିଲା । ସ୍କୁଲରୁ ଘରକୁ ଫେରିବା ସମୟରେ ଅଭିଯୁକ୍ତ ପ୍ରକାଶ ମଲ୍କିକ ନାବାଳିକା ଜଣକୁ ବାଟରେ ଅଟକାଇଥିଲା ଏବଂ ଏକ ଭଙ୍ଗା ପମ୍ପ ହାଉସକୁ ନେଇ ଥିଲା ସେଠାରେ ସେ ଦୁଷ୍କର୍ମ କରିଥିଲା । ଏହାପରେ ସେ ପୀଡିତାଙ୍କୁ ନିଜ ସାଇକେଲରେ ବସାଇ ନିଜ ଘରକୁ ନେବା ସମୟରେ ନାବାଳିକା ଜଣକ ପରିବାର ଲୋକଙ୍କୁ ଦେଖି ସାଇକେଲରୁ ଡେଇଁ ପଡି ପୁରା ଘଟଣା ବିଷୟ କହିଥିଲେ । ସମସ୍ତ ଘଟଣା ଜାଣିବା ପରେ ବିଞ୍ଝାରପୁର ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+