କାଳୀପୂଜାରେ ଝିଅ ଅସୁରକ୍ଷିତ ! ବୁଲେଇନେବାକୁ ଡାକି ଦୁଷ୍କର୍ମ
ଦୀପାବଳିରେ ବୁଲେଇନେବାକୁ କହି ଜଙ୍ଗଲରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଘଟଣା ସାମ୍ନାକୁ ଆସିଛି ।
ବାରିପଦା : ଗୋଟିଏ ପଟେ ସାରା ଦେଶରେ ଚାଲିଥିଲା ମା' କାଳୀଙ୍କ ପୂଜା । ଆଉଗୋଟେ ପଟେ ରାଜ୍ୟର ବାରିପଦାରେ ଜଣେ ନାବାଳିକାକୁ ଦୁଷ୍କର୍ମ । ଦୀପାବଳିରେ ବୁଲେଇନେବାକୁ କହି ଜଙ୍ଗଲରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଘଟଣା ସାମ୍ନାକୁ ଆସିଛି । ତେବେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ଶିବ ସିଂହ ବୋଲି ଜଣାପଡିଛି ।
ଘଟଣାରୁ ପ୍ରକାଶ ଦୀପାବଳିରେ ନାବାଳିକାକୁ ବୁଲେଇ ନେବାକୁ କହି ଶିବ ତାକୁ ସାଙ୍ଗରେ ନେଇଥିଲା । ବାଟରେ ଜଙ୍ଗଲ ପଡିଥିଲା ।

ଏହି ସମୟରେ ଉକ୍ତ ନାବାଳିକା ଜଣଙ୍କୁ ବଳପୂର୍ବକ ଜଙ୍ଗଲକୁ ଟେକି ନେଇ ସେଠାରେ ଦୁଷ୍କର୍ମ କରିଥିଲା । ନାବାଳିକା ଜଣଙ୍କ ଘରେ ପହଞ୍ଚି ଦୁଷ୍କର୍ମ ନେଇ ପରିବାର ଲୋକଙ୍କୁ ଜଣାଇଥିଲା । ଝିଅ ଠାରୁ ସବୁ କଥା ଶୁଣିବା ପରେ ବିଳମ୍ବିତ ରାତିରେ ବାରିପଦା ଟାଉନ୍ ଥାନାରେ ଏସମ୍ପର୍କରେ ଅଭିଯୋଗ ହୋଇଥିଲା । ତେବେ ପୁଲିସ ସଙ୍ଗେ ସଙ୍ଗେ ଉକ୍ତ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରିଥିଲା । ଏଥିସହ ଶିବକୁ କାବୁ କରିବାରେ ସଫଳ ହୋଇଥିଲା ବୋଲି ଥାନା ଅଧିକାରୀ ଗଣମାଧ୍ୟକୁ ସୂଚନା ଦେଇଛନ୍ତି ।












Click it and Unblock the Notifications