ମମିତା ମେହେର ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ
ମମିତା ମେହେର ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବହୁ ବାଦ ବିବାଦ ପରେ ଶେଷରେ ବିବୃତି ରଖିଛନ୍ତି ମନ୍ତ୍ରୀ । ନିଜ ପ୍ରତିକ୍ରିୟାରେ କ୍ୟାପଟେନ କହିଛନ୍ତି ଏହି ଅପରାଧ ସହ ମୋର କୌଣସି ସମ୍ପୃକ୍ତି ନାହିଁ । ମମିତା ଘଟଣାରେ କିଛି ଗଣମାଧ୍ୟମ
ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବହୁ ବାଦ ବିବାଦ ପରେ ଶେଷରେ ବିବୃତି ରଖିଛନ୍ତି ମନ୍ତ୍ରୀ । ନିଜ ପ୍ରତିକ୍ରିୟାରେ କ୍ୟାପଟେନ କହିଛନ୍ତି ଏହି ଅପରାଧ ସହ ମୋର କୌଣସି ସମ୍ପୃକ୍ତି ନାହିଁ । ମମିତା ଘଟଣାରେ କିଛି ଗଣମାଧ୍ୟମ ମୋତେ ବଦନାମ କରିଛନ୍ତି ।

ଏକ ପ୍ରେସ୍ ବିବୃତି ଜରିଆରେ ସେ କହିଛନ୍ତି, ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ମର୍ମାହତ। ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଆଇନ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ ବୋଲି କ୍ୟାପ୍ଟେନ୍ କହିଛନ୍ତି। ମିଥ୍ୟା ଆଧାରରେ କେତେକ ଗଣମାଧ୍ୟମ ଚରିତ୍ର ସଂହାର କରିଥିବା ଲେଖିଛନ୍ତି ଦିବ୍ୟଶଙ୍କର। ଏହାକୁ ନେଇ ତାଙ୍କ ପରିବାର ମାନହାନୀ ମୋକଦ୍ଦମା କରିଛନ୍ତି।
ମହାଲିଙ୍ଗ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା ସଂପର୍କରେ ସ୍ପଷ୍ଟୀକରଣ ଦେବାକୁ ଯାଇ କ୍ୟାପ୍ଟେନ୍ ମିଶ୍ର ଲେଖିଛନ୍ତି, ମୁଁ ବିଧାୟକ ଭାବେ ଶିକ୍ଷାନୁଷ୍ଠାନକୁ ଯାଏ । ପରେ ଅପରାଧ ଘଟିଲେ ମୁଁ କେମିତି ଦାୟୀ ? ପ୍ରମାଣ ଥିଲେ କୋର୍ଟ କି ଥାନାରେ ଦାଖଲ କରନ୍ତୁ । ମୁଁ କେବଳ ମୋ ପଦରୁ ଇସ୍ତଫା ଦେବିନି ବରଂ ସାଧାରଣ ଜୀବନରୁ ସନ୍ୟାସ ନେବି ବୋଲି ବିରୋଧୀ ରାଜନୈତିକ ଦଳ ଓ ଗଣମାଧ୍ୟମକୁ କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।












Click it and Unblock the Notifications