ପ୍ରେମିକ ସହ ମିଶି ସ୍ୱାମୀ ହତ୍ୟା: ପ୍ଲାଷ୍ଟିକ ଡ୍ରମରେ ମିଳିଥିଲା ମୃତଦେହ, ଏପରି ଭିଡିଓ ହେଲା ଭାଇରାଲ
Crime News: ମେରଠ ବହୁଚର୍ଚ୍ଚିତ ସୌରଭ ରାଜପୁତ ହତ୍ୟା ମାମଲାକୁ ନେଇ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ହେଉଛି । ଏହି ଘଟଣାକୁ ପ୍ରତ୍ୟେକ ଦିନ ନୂଆ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ସୌରଭ ରାଜପୁତ ହତ୍ୟା ମାମଲାରେ ଏବେ ଏକ ନୂତନ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ମୁସକାନ, ସୌରଭ ଏବଂ ତାଙ୍କ 6 ବର୍ଷର ଝିଅ ନାଚୁଥିବାର ଦେଖିବା ପାଇଁ ମିଳୁଛି । ତେବେ ଏହି ଭାଇରାଲ ଭିଡିଓଟି ଏକ ଜନ୍ମଦିନ ପାର୍ଟିର ବୋଲି କୁହାଯାଉଛି।
ସୂଚନାଥାଉ ଯେ, ପୋଲିସ ମୁସ୍କାନକୁ ଗିରଫ କରିଛି, ଯିଏ ପ୍ରେମିକଙ୍କ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ପୋଲିସ ମୁସ୍କାନଙ୍କ ପ୍ରେମିକକୁ ମଧ୍ୟ ଗିରଫ କରିଛି। କୋର୍ଟ ହତ୍ୟା ମାମଲାରେ ସମ୍ପୃକ୍ତ ଉଭୟ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ରିମାଣ୍ଡରେ ଜେଲକୁ ପଠାଇ ଦେଇଛନ୍ତି। ଦୁହେଁ ମେରଟ ଚୌଧୁରୀ ଚରଣ ସିଂହ ଜେଲରେ ଅଛନ୍ତି।

ସୌରଭଙ୍କ ପୋଷ୍ଟମର୍ଟମ କରିଥିବା ଦଳ ଏହାକୁ ଏପର୍ଯ୍ୟନ୍ତ ସବୁଠାରୁ ଭୟଙ୍କର ମାମଲା ବୋଲି କହିଛନ୍ତି। ପିଏମ୍ ରିପୋର୍ଟ ଅନୁଯାୟୀ, ସୌରଭଙ୍କ ଶରୀର ପ୍ରାୟ ଦୁଇରୁ ତିନି ସପ୍ତାହ ପୁରୁଣା ଥିଲା ଏବଂ ତାଙ୍କ ଚର୍ମ ପଚି ଯାଇଥିଲା, ଦାନ୍ତ ଛିଣ୍ଡି ଯାଇଥିଲା ଏବଂ ଶରୀରର କିଛି ଅଂଶ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ବିଷୟରେ ଡାକ୍ତର କହିଛନ୍ତି, "ମୁଁ ମୋର 30 ବର୍ଷର କ୍ୟାରିୟରରେ ଏପରି ମାମଲା ଦେଖିନାହିଁ। ଏହା କୌଣସି ସାଧାରଣ ହତ୍ୟାକାଣ୍ଡ ନୁହେଁ। କୌଣସି ସାଧାରଣ ବ୍ୟକ୍ତି ଏପରି ନିଷ୍ଠୁର କାର୍ଯ୍ୟ କରିପାରିବେ ନାହିଁ।" ମେରଠରେ ହୋଇଥିବା ଏହି ଭୟଙ୍କର ହତ୍ୟାକାଣ୍ଡ ସମଗ୍ର ସହରରେ ଆଲୋଚନାର ବିଷୟ ପାଲଟିଛି।
ପୋଲିସ ତଦନ୍ତରୁ ଜଣାପଡିଛି ଯେ ମୁସ୍କାନ ଏବଂ ସାହିଲ ପିଲାଦିନରୁ ପରସ୍ପରକୁ ଜାଣିଥିଲେ ଏବଂ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକାଠି ପାଠପଢ଼ିଥିଲେ। ଜଣେ ସହପାଠୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଦୁହେଁ ପୁଣି ଥରେ ପରସ୍ପର ସହିତ କଥା ହୋଇଥିଲେ । ମୁସକାନ ଏବଂ ସୌରଭଙ୍କ ବିବାହର ତିନି ବର୍ଷ ପରେ 2019 ମସିହାରେ ସେମାନଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ମେରଟର ଏକ ମଲରେ ଏକ ହ୍ୱାଟସଆପ୍ ଗ୍ରୁପ୍ ଦ୍ୱାରା ଆୟୋଜିତ ଏକ ପାର୍ଟିରେ ଦୁହେଁ ପରସ୍ପରକୁ ଭେଟିଥିଲେ, ଯେଉଁଠାରୁ ସେମାନଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।
ପୋଲିସ ସୂଚନା ଅନୁସାରେ, ସ୍ୱାମୀ ସୌରଭ ସେମାନଙ୍କ ସିମ୍ପର୍କରେ ବାଧା ସୃଷ୍ଟି କରୁଥିବାରୁ ଉଭୟ ତାଙ୍କର ହତ୍ୟା କରିଛନ୍ତି । ପୋଲିସ ଖୁବ୍ ଶୀଘ୍ର ଏହି ଘଟଣାର ସମ୍ପୂର୍ଣ୍ଣ ସତ୍ୟ ବାହାର କରିବାକୁ ଉଦ୍ୟମ କରୁଛି ।












Click it and Unblock the Notifications