106 କୋଟି ଟଙ୍କାର ଜାଲ ବିଲ୍ ରାକେଟର ପର୍ଦ୍ଦାଫାସ୍, ମାଷ୍ଟରମାଇଣ୍ଡ ସ୍ମୃତି ରଞ୍ଜନ ସାହୁ ଗିରଫ
106 କୋଟି ଟଙ୍କାର ଏକ ଜାଲ ବିଲ ରାକେଟର ପର୍ଦ୍ଦାଫାସ୍ କରିଛି ଓଡିଶା ରାଜ୍ୟ ଜିଏଷ୍ଟି ଏନଫୋର୍ସମେଣ୍ଟ ଟିମ । ଏଥି ସହିତ ଏହି ରାକେଟର ମାଷ୍ଟରମାଇଣ୍ଡ ସ୍ମୃତି ରଞ୍ଜନ ସାହୁକୁ ମଧ୍ୟ ଗିରଫ କରାଯାଇଛି ।
କଟକ: 106 କୋଟି ଟଙ୍କାର ଏକ ଜାଲ ବିଲ ରାକେଟର ପର୍ଦ୍ଦାଫାସ୍ କରିଛି ଓଡିଶା ରାଜ୍ୟ ଜିଏଷ୍ଟି ଏନଫୋର୍ସମେଣ୍ଟ ଟିମ । ଏଥି ସହିତ ଏହି ରାକେଟର ମାଷ୍ଟରମାଇଣ୍ଡ ସ୍ମୃତି ରଞ୍ଜନ ସାହୁକୁ ମଧ୍ୟ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ସ୍ମୃତି 14ଟି ଜାଲ ବ୍ୟବସାୟୀକ ପ୍ରତିଷ୍ଠାନ ସୃଷ୍ଟି କରି କୋଟି କୋଟି ଟଙ୍କା ଆଇଟିସି ହାତେଉଥିଲା । ଭୁବନେଶ୍ଵର ବିଜେବି ନଗର ଅଞ୍ଚଳରୁ ଆଜି ଭୋର ସମୟରେ ଗିରଫ କରାଯାଇଥିବା ଜିଏସଟି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁଙ୍କୁ ଭୁବନେଶ୍ୱର ଜିଏସଟି ଅଫିସରେ ପଚରାଉଚରା କରାଯାଉଛି । ଏନେଇ ସୂଚନା ଦେଇଛି ଜିଏସଟି ବିଭାଗ ।












Click it and Unblock the Notifications