Chhindwara Mass Murder: ନିଜ ପରିବାରକୁ ନିଜେ କଲେ ନିପାତ, ନେଲେ ୮ ଜଣଙ୍କ ଜୀବନ
Chhindwara Mass Murder: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଜିଲ୍ଲାରେ ଭୟଙ୍କର ଘଟଣା । ନିଜ ପରିବାରର ୮ ଜଣଙ୍କୁ କୁରାଢିରେ ହାଣି ନେଲେ ଜୀବନ, ଶେଷରେ ନିଜେ କଲେ ଆତ୍ମହତ୍ୟା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ମଧ୍ୟପ୍ରଦେଶର ମହୁଲଝିର ଥାନା ଅଞ୍ଚଳରେ ଥିବା ବୋଦାଲ କଚ୍ଛାର ଗାଁରେ ଜଣେ ବ୍ୟକ୍ତି ନିଜ ପରିବାରର ୮ ଜଣଙ୍କର ହତ୍ୟା କରିଛନ୍ତି । ଏକ ଆଦିବାସୀ ପରିବାରର ଜଣେ ଯୁବକ ତାଙ୍କ ପିତାମାତା, ପତ୍ନୀ, ଶିଶୁ ଏବଂ ଭାଇଙ୍କ ସମେତ ଆଠ ଜଣଙ୍କୁ କୁରାଢିରେ ହାଣି ହତ୍ୟା କରଛି । ହତ୍ୟା ପରେ ସେ ମଧ୍ୟ ନିଜେ ଆତ୍ମହତ୍ୟା କରିଛି । ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।
ଏହି ଘଟଣା ମଙ୍ଗଳବାର ବିଳମ୍ବିତ ରାତିରେ ୨ ରୁ ୩ଟା ମଧ୍ୟରେ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଗାଁକୁ ସିଲ୍ କରିଛି। ସୂଚନା ଅନୁସାରେ, ଉକ୍ତ ବ୍ୟକ୍ତି ଜଣକ ମାନସିକ ରୋଗୀ ଥିଲେ । ପରିବାର ସମସ୍ତଙ୍କ ହତ୍ୟା କରିବା ପରେ ସେ ନିଜେ ଘରଠୁ ଶହେ ମିଟର ଦୂରରେ ଏକ ଗଛରେ ନିଜେ ମଧ୍ୟ ଝୁଲି ପଡିଛନ୍ତି ।












Click it and Unblock the Notifications