ମନୀଷ ମୃତ୍ୟୁ ମାମଲାରେ ଟ୍ୱିଷ୍ଟ: ବାରରେ ବିଲ ଭରିବା ନେଇ ସାଙ୍ଗଙ୍କ ସହ ହୋଇଥିଲା ବଚସା

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ବାରରେ ବିଲ ଭରିବା ନେଇ ସେଦିନ ରାତିରେ ମନୀଷ ଓ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ହୋଇଥିଲା ବଚସା ।

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ବାରରେ ବିଲ ଭରିବା ନେଇ ସେଦିନ ରାତିରେ ମନୀଷ ଓ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ହୋଇଥିଲା ବଚସା । ପୋଲିସ୍‌ର ପଚରାଉଚରା ବେଳେ ସାମ୍ନାକୁ ଆସିଛି ଏଭଳି ସତ। କିଏ ଦେବ ଟଙ୍କା ତାକୁ ନେଇ ସାଙ୍ଗ ମାନଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ। ବାରରେ ୩୫ ହଜାର ଟଙ୍କା ବିଲ୍ ହୋଇଥିଲା ।

Manish Anurag

ଟଙ୍କା ନଦେବାରୁ ଦୀନେଶ ଓରଫ ମୁନ୍ନା ଫୋନକୁ ବନ୍ଧକ ରଖିଥିଲେ ବାର୍ କର୍ତ୍ତୃପକ୍ଷ। ପରେ ମନୀଷ ବାପାଙ୍କଠାରୁ ଟଙ୍କା ଆଣି ପେମେଣ୍ଟ କରିଥିଲେ । ଶେଷରେ ମନୀଷ ଏକାକି ବାର୍‌ରୁ ଚାଲି ଚାଲି ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅମ୍ରିତ ବିଶ୍ୱାଳ, ଦୀନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଓ ହିମାଂଶୁ ବେହେରାଙ୍କ ସହ ୫ ଜଣଙ୍କୁ ଅଟକ ରଖି ମାରାଥନ ଜେରା ଚାଲିଛି। ପ୍ରଥମେ ପୃଥକ ଭାବେ ଜେରା କରିବା ପରେ ମୁହାଁମୁହିଁ ଜେରା କରାଯିବ । ଘଟଣା ଦିନ କଣ ଘଟିଥିଲା, ମନୀଷଙ୍କ ମୃତ୍ୟ କେମିତି ହେଲା, ସତ ଉଗାରିବାକୁ ତନାଘନା ଚଳାଇଛି ପୋଲିସ।

ପୂର୍ବରୁ ମନୀଷଙ୍କ ବାପା ଅଭିଯୋଗ କରିଥିଲେ, ସାଙ୍ଗମାନେ ଭୋଜି କରିବାକୁ ଡାକି ନେଇ ପୁଅକୁ ହତ୍ୟା କରିଛନ୍ତି । ମନୀଷ ମୃତ୍ୟୁ ମାମଲାରେ ପୂର୍ବରୁ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । ଗତକାଲି ଫୁଲବାଣୀ ଥାନାରେ ଆତ୍ମସମର୍ପଣ କରିଥିଲେ କନ୍ଧମାଳ ଜିଲ୍ଲାର ୨ ଜଣ ଯୁବକ । ସେମାନଙ୍କୁ ଅଧିକ ପଚରାଉଚରା ପାଇଁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ । ଆଶା କରାଯାଉଛି, ଦିନେ ଦୁଇ ଦିନର ମନିଷଙ୍କ ମୃତ୍ୟୁ ଉପରୁ ପରଦା ହଟାଇପାରେ ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+