ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲା: ଆତ୍ମସମର୍ପଣ କଲେ ୨ ଯୁବକ

ଭୁବନେଶ୍ୱର: ବହୁ ଚର୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ଆସିଛି ନୂଆ ତଥ୍ୟ। ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଆତ୍ମସମର୍ପଣ କରିଛନ୍ତି ୨ ଜଣ ଯୁବକ । କନ୍ଧମାଳ ସ୍ପେଶାଲ୍ ସ୍କ୍ୱାଡ୍ ନିକଟରେ ସେମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସେମାନଙ୍କୁ ଖୁବଶୀଘ୍ର ଭୁବନେଶ୍ୱର ଆଣିବ କମିଶନରେଟ ପୋଲିସ । ସେମାନଙ୍କୁ ପଚରାଉଚରା ପରେ ମନିଷ ମୃତ୍ୟୁ ରହସ୍ୟର ଗୁମର ଫିଟିବ ।

manish anurag

ପୂର୍ବରୁ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା କମିଶନରେଟ ପୋଲିସର ସ୍ପେଶାଲ୍ ଟିମ୍ । ଗତ ୧୦ ତାରିଖ ଦିନ ପାତ୍ରପଡ଼ା ନିକଟ ଏକ ପୋଖରୀରୁ ମନିଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ବାପା ସାଙ୍ଗମାନେ ଭୋଜି ପାଇଁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ।

ଗତକାଲି ମନିଷଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ଯେଉଁଥିରେ ମନିଷଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଉଲ୍ଲେଖ ଥିଲା । ତେବେ ସେ କେମିତି ଶ୍ୱାସରୁଦ୍ଧ ହେଲେ ? ଏହା ପଛର କାରଣ କଣ ସେଦିଗର ତଥ୍ୟ ପ୍ରମାଣ ଖୋଜୁଛି ପୋଲିସ । ତାସହ ମନିଷଙ୍କ ସିସିଟିଭି ଫୁଟେଜରୁ ମୃତ୍ୟୁ ମାମଲାରେ କିଛି ସୁରାକ ମିଳିପାରେ ବୋଲି ଆଶା କରାଯାଉଛି। ଏହି ହାଇ ପ୍ରୋଫାଇଲ ମର୍ଡର କେସକୁ ନେଇ ରାଜଧାନୀରେ ଜାରି ରହିଛି ଚର୍ଚା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+