ପୁଣି ମଣିପୁରରେ ତେଜିଲା ହିଂସା: ୫ ଜଣଙ୍କୁ ବୀଭତ୍ସ ହତ୍ୟା, ୮ ଜଣ ଆହତ
ମଣିପୁର ହିଂସା: ମଣିପୁରରେ ହିଂସା ବନ୍ଦ ହେବାର ନାଁ ନେଉ ନାହିଁ । ପୁଣି ମୁହାଁମୁହିଁ ହୋଇଛନ୍ତି କୁକି ଏବଂ ମୈତୀ ସମ୍ପ୍ରଦାୟର ଲୋକେ । ୭୨ ଘଣ୍ଟାରେ ଗୁଳିବିନିମୟ ଜାରି ରହିଛି ଫଳରେ ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେହିପରି ୮ ଜଣ ଆହତ ହୋଇଛନ୍ତି । ମଣିପୁରର ବିଷ୍ଣୁପୁର ଏବଂ ଚୁରାଚାନ୍ଦପୁର ଜିଲ୍ଲାରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସରକାରୀ ଅଧିକାରୀମାନେ ଗୁରୁବାର ସୂଚନା ଦେଇଛନ୍ତି ।
ମଙ୍ଗଳବାର ଦିନ ବିଷ୍ଣୁପୁର ଜିଲ୍ଲାର ଖୋଇରାଣ୍ଟକ ଅଞ୍ଚଳ ଏବଂ ଚୁରଚାନ୍ଦପୁର ଜିଲ୍ଲାର ଚିଙ୍ଗାଫେଇ ଏବଂ ଖୌସାବୁଙ୍ଗ ଅଞ୍ଚଳରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ରହିଛି । ପିଟିଆଇ ସୂଚନା ଅନୁସାରେ, ଖୋଇରାଣ୍ଟକ ଅଞ୍ଚଳରେ ପ୍ରବଳ ଗୁଳି ବିନିମୟରେ ପ୍ରାୟ 30 ବର୍ଷ ବୟସରେ ଜଣେ ଗାଁ ସ୍ବେଚ୍ଛାସେବୀଙ୍କର ମୃତ୍ୟୁ ଘଟିବା ପରେ ମଙ୍ଗଳବାର (ଅଗଷ୍ଟ 29) ଦିନ ହିଂସା ଆରମ୍ଭ ହୋଇଥିଲା ।

ବୁଧବାର ସନ୍ଧ୍ୟାରେ କିଛି ଘଣ୍ଟା ଶାନ୍ତି ପରେ ପୁଣି ଗୁରୁବାର ସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଅଧିକାରୀ କହିଛନ୍ତି ଯେ, ବୁଧବାର ହିଂସାରେ ଆହତ ହୋଇଥିବା ଜଣେ ବ୍ୟକ୍ତି ମିଜୋରାମ ଦେଇ ଗୋହାଟୀ ଯିବା ବାଟରେ ମୃତ୍ୟୁ ବରଣ କରିଛନ୍ତି। ସେହିପରି ଅନ୍ୟ ଜଣେ ଆହତ ବ୍ୟକ୍ତିଙ୍କର ଗୁରୁବାର ସକାଳ ପ୍ରାୟ ୯ ଟା ସମୟରେ ଚୁରାଚାନ୍ଦପୁର ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି ।
ଅଧିକାରୀମାନେ ଦେଇଥିବା ସୂଚନା ଅନୁସାରେ, ମଙ୍ଗଳବାର ବିଷ୍ଣୁପୁରର ନାରାୟଣସେନା ଗାଁ ନିକଟରେ ହୋଇଥିବା ହିଂସା ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଏହା ସହ ୨ ଜଣ ଆହତଙ୍କ ମୃତ୍ୟୁ ହୋଇଛି । ଏହା ପରେ ମଣିପୁରରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫କୁ ଛୁଇଁଛି । ସେପଟେ ସ୍ୱଦେଶୀ ଆଦିବାସୀ ନେତାଙ୍କ ଫୋରମ୍ (ଆଇଟିଏଲଏଫ୍) ତୁରନ୍ତ ଜରୁରୀକାଳୀନ ବନ୍ଦ ଡାକରା ଦେଇଛି ।
ଏକ ଆଇଟିଏଲଏଫ ବିବୃତ୍ତିରେ କୁହାଯାଇଛି ଯେ ଜଳ ଏବଂ ଚିକିତ୍ସା ସାମଗ୍ରୀ ସମେତ ଅତ୍ୟାବଶ୍ୟକ ସେବା ଜାରି ରହିବ । ITLF ଏହା ମଧ୍ୟ ଦାବି କରିଛି ଯେ ପୀଡିତାଙ୍କ ମଧ୍ୟରେ ଜଣେ ଗାୟକ ମଧ୍ୟ ଅଛନ୍ତି । ଯିଏ ମେ 3ରେ ମଣିପୁରରେ ଜାତିଗତ ହିଂସା ଆରମ୍ଭ ହେବା ପରେ ଏକ ଗୀତ ରଚନା କରିଥିଲେ। ଲୁଟ୍ ହୋଇଥିବା ଅସ୍ତ୍ରଶସ୍ତ୍ର ଖୋଜିବା ପାଇଁ ITLF ମଧ୍ୟ ସରକାରଙ୍କୁ ଅନୁରୋଧ କରିଛି।
ମଣିପୁର ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'(ଟ୍ୱିଟର)ରେ ପୋଷ୍ଟ ସେୟାର କରି ସୂଚନା ଦେଇଛି ଯେ, କଙ୍ଗପୋକି, ଥୋବାଲ, ଚୁରାଚାନ୍ଦପୁର ଏବଂ ଇମ୍ଫାଲ-ପଶ୍ଚିମ ଜିଲ୍ଲାର ସୀମା ତଥା ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ଏହି ସମୟ ମଧ୍ୟରେ ପାଞ୍ଚଟି ଅସ୍ତ୍ରଶସ୍ତ୍ର, 31ଟି ଗୁଳି, 19 ଟି ବିସ୍ଫୋରକ ସାମଗ୍ରୀ ଏବଂ ତିନୋଟି ପ୍ୟାକ୍ IED ସାମଗ୍ରୀ ଉଦ୍ଧାର କରାଯାଇଥିଲା । ପୋଲିସ ବିଭିନ୍ନ ଜିଲ୍ଲାରେ 130 ଚେକପଏଣ୍ଟ ସ୍ଥାପନ କରି ନିୟମ ଉଲ୍ଲଂଘନ କରୁଥିବା 1,646 ଲୋକଙ୍କୁ ଅଟକ ରଖିଛି।
ସୂଚନାଯୋଗ୍ୟ ଯେ ମଣିପୁରରେ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ପାଇଁ ମୈତୀ ସମ୍ପ୍ରଦାୟର ଦାବିକୁ ବିରୋଧ କରି ମେ 23 ରେ ଏକ ଆଦିବାସୀ ଏକତା ପଦଯାତ୍ରା ଆୟୋଜିତ ହୋଇଥିଲା। ଯାହା ପରେ ରାଜ୍ୟରେ ଜାତି ହିଂସା ଆରମ୍ଭ ହୋଇଥିଲା। ଯେଉଁଥିରେ ଏପର୍ଯ୍ୟନ୍ତ 160ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications