ମାନସ ମର୍ଡର ମିଷ୍ଟ୍ରୀ: କ୍ୟାମେରା ଚିପ୍ ପାଇଁ କ୍ୟାମେରାମ୍ୟାନଙ୍କୁ ହତ୍ୟା !

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆସୁଛି ଅନେକ ଚାଞ୍ଚଲ୍ୟକର ତଥ୍ୟ । ଏହି ହତ୍ୟା ପଛରେ ଓ୍ୱେବ ପୋର୍ଟାଲ ମାଲିକାଣୀଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି । ପୋଲିସ ଏବେବି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ।

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆସୁଛି ଅନେକ ଚାଞ୍ଚଲ୍ୟକର ତଥ୍ୟ । ଏହି ହତ୍ୟା ପଛରେ ଓ୍ୱେବ ପୋର୍ଟାଲ ମାଲିକାଣୀଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି । ପୋଲିସ ଏବେବି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ।

Manash Swain Murder Mystery

ଭୁବନେଶ୍ବର ଉପକଣ୍ଠ ପୁହା କଣ୍ଟିଲୋଠାରେ ଥିବା ଦୟାଲ ବୃଦ୍ଧାଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଚାନ୍ଦବାଲିରୁ ଅପହରଣ କରି ମାନସଙ୍କୁ ଏହି ଆଶ୍ରମର ଉପରେ ଘରେ ରଖାଯାଇଥିଲା । ଚର୍ଚ୍ଚା ହେଉଛି, ଅଶ୍ଲୀଳ ଭିଡିଓ ପାଇଁ ଅପହରଣ ଓ ପରେ ମାନସଙ୍କୁ ହତ୍ୟା କରାଯାଇଛି । ଆଶ୍ରମର ତଳ ମହଲାରେ ନିରାଶ୍ରୟ ବୁଢ଼ାବୁଢ଼ି ରହୁଥିଲେ । ଉପର ମହଲାରେ ସମ୍ପୃକ୍ତ ୱେବ ଚ୍ୟାନେଲର ଅଫିସ୍ ଚାଲୁଥିଲା ।

ଖବର ଅନୁଯାୟୀ, ୱେବ ପୋର୍ଟାଲ ମାଲିକାଣୀ ମାନସଙ୍କୁ ଅଶ୍ଳୀଳ ଫିଲ୍ମର ଶୁଟିଂ ପାଇଁ କାର୍ଯ୍ୟରେ ଲଗାଇଥିଲେ ।କିଛି ଦିନ ଧରି ଚାଲିଥିଲା ଏହି ଅଶ୍ଳୀଳ ଫିଲ୍ମର ଶୁଟିଂ। ପରେ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ବି ମାନସ ଫେରାଉନଥିଲେ । ଏହାପରେ ମାନସ ସେଠାରୁ କାମ ଛାଡ଼ି ଘରକୁ ପଳାଇ ଆସିଥିଲେ ।

ପରେ ବିବାହ ସୁଟିଂ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମାନସ । ଚାନ୍ଦବାଲିରେ ବାହାଘର ସୁଟିଂ ସାରି ଫେବ୍ରୁଆରୀ ୭ ତାରିଖରେ ବସଷ୍ଟାଣ୍ଡକୁ ଫେରିବା ବେଳେ ମାନସଙ୍କୁ ଅପହରଣ କରିଥିଲେ ୫ ଜଣ ଅଭିଯୁକ୍ତ । ଅପହରଣ ପରେ ମାନସଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ୮ ତାରିଖ ସନ୍ଧ୍ୟା ମାନସଙ୍କ ମୃତଦେହ ନୟାଗଡ଼ରେ ପୋତି ଦେଇଥିଲେ ଅଭିଯୁକ୍ତ ।

ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ୱେବ ପୋର୍ଟାଲ ମାଲିକାଣୀ ଏବେ ଫେରାର୍ ଅଛନ୍ତି । ତାଙ୍କ ସହିତ ନିରଞ୍ଜନ ସେଠୀ ଓ ଆଉ କିଛି ଜଣ ବ୍ୟକ୍ତି ଫେରାର ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+