ମାନସ ସ୍ବାଇଁ ହତ୍ୟା ମାମଲା: ଗିରଫ ହେଲେ ଶର୍ମିଷ୍ଠା ରାଉତ
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ‘ସମ୍ପୂର୍ଣ୍ଣ’ ନାମକ ୱେବ ପୋର୍ଟାଲର ମୁଖ୍ୟ ଶର୍ମିଷ୍ଠା ରାଉତଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଆଜି ସକାଳୁ କ୍ରାଇମବ୍ରାଞ୍ଚ ଟିମ୍ ଓ ଭଦ୍ରକ ପୋଲିସ୍ ବାନ୍ଧିଥିବା ଜଣାଯାଇଛି।
ଭୁବନେଶ୍ୱର: ଶେଷରେ ବନ୍ଧା ହେଲେ ଶର୍ମିଷ୍ଠା ରାଉତ । ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା 'ସମ୍ପୂର୍ଣ୍ଣ' ନାମକ ୱେବ ପୋର୍ଟାଲର ମୁଖ୍ୟ ଶର୍ମିଷ୍ଠା ରାଉତଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଆଜି ସକାଳୁ କ୍ରାଇମବ୍ରାଞ୍ଚ ଟିମ୍ ଓ ଭଦ୍ରକ ପୋଲିସ୍ ବାନ୍ଧିଥିବା ଜଣାଯାଇଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ବି ଗିରଫ ହୋଇଛନ୍ତି।

ସୂଚନା ଯୋଗ୍ୟ ଯେ, ଗତକାଲି ମାନସ ସ୍ୱାଇଁ ହତ୍ୟା ମାମଲାରେ ଦୟାଲ ଆଶ୍ରମରେ ଛାନବିନ୍ କରିଥିଲା କ୍ରାଇମବ୍ରାଞ୍ଚ । କେମତି ରଚା ଯାଇଥିଲା ମର୍ଡର ପ୍ଲଟ? କିଭଳି କରାଯାଇଥିଲା ମାନସ ସ୍ବାଇଁଙ୍କୁ ହତ୍ୟା? ସେନେଇ ଖିଅ ଖୋଜିଥିଲା ଟିମ୍ । ଭୁବନେଶ୍ୱରରେ ଯାଞ୍ଚ କରିବା ପରେ ରଣପୁର ବଧିପାଟଣାରେ ବି ଯାଞ୍ଚ କରାଯିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଫୋକସରେ ଆଶ୍ରମର ଲେଡି କେୟାର ଟେକର, ଦିଲ୍ଲୀପ ଖଟେଇ, ସ୍କାଏ ଟାଓ୍ବାର ସିକ୍ୟୁରିଟି ଗାର୍ଡ ଓ ମାନସର ନାବାଳକ ସହଯୋଗୀ । ଆଶ୍ରମର ଲେଡି କେୟାର ଟେକର କ୍ରାଇମବ୍ରାଞ୍ଚ ପାଇଁ ବଡ଼ ସାକ୍ଷୀ ।
ଉଭୟଙ୍କୁ ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର କରାଯାଇ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ କରାଯିବ । ଏହି ଘଟଣାରେ ପୂର୍ବରୁ ବନ୍ଧା ହୋଇଥିବା ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟ ୧୦ ଦିନ ରିମାଣ୍ଡ ପାଇଁ ଆବେଦନ ହେବ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ୍ ରିଲିଜ ଜରିଆରେ ଜଣାଯାଇଛି।












Click it and Unblock the Notifications